କନକ ବ୍ୟୁରୋ: ଅବକାରୀ ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ । ମଦ ଭାଟି ଉପରେ ଚାଲିବ ବୁଲଡୋଜର । ରାଜ୍ୟରେ ମଦ ମୃତ୍ୟୁକୁ ନେଇ ରାଜନୀତି ତେଜିବା ପରେ ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ ।

Advertisment

ସୂଚନା ମୁତାବକ, ଗଞ୍ଜାମ ମଦ ମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ହେବ। ମୁଖ୍ୟମନ୍ତ୍ରୀ ଏ ନେଇ ନିର୍ଦ୍ଦେଶ ଦେବା ପରେ, ରାଜ୍ୟ ସାରା ରେଡ୍ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୨୧୭ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି। ସେହିପରି ଏହି ଘଟଣାରେ ୧୧୭ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି। 

ତେବେ ବେଆଇନ ଭାଟିକୁ ବୁଲଡୋଜର ଲଗାଇ ଉଡ଼ାଇ ଦିଆଯିବ। ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ବେଆଇନ ଭାଟି ରହିବନି ବୋଲି ଆଶ୍ଵାସନା ଦେଇଛନ୍ତି ମନ୍ତ୍ରୀ। ତା ସହ କାର୍ଯ୍ୟରେ ଅବହେଳା ପାଇଁ ବ୍ରହ୍ମପୁର ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ବଦଳିକରାଯାଇଛି ଓ ଦୁଇ ଜଣଙ୍କୁ ନିଲମ୍ବନ କରାଯାଇଛି।