କନକ ବ୍ୟୁରୋ: ବିବାଦୀୟ ବୈକୁଣ୍ଠଧାମରେ ବୁଲିପାରେ ବୁଲଡୋଜର । ଖୁବଶୀଘ୍ର ମାଟିରେ ମିଶିପାରେ ବୈକୁଣ୍ଠ ଧାମ ଆଶ୍ରମ । ସରକାରୀ ଜମିରେ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ ନିର୍ମାଣ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଏକଥା ସ୍ପଷ୍ଟ ହୋଇଛି ।
ଆତ୍ମଘୋଷିତ ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମିରେ ନିର୍ମାଣ ହୋଇଥିବା ଜାଣିବାକୁ ପାଇଛି ସାଧାରଣ ପ୍ରସାଶନ ବିଭାଗ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଶ୍ରମ ଓ ଏହାର ଚାରି ପାଖ ଅଞ୍ଚଳରେ ହୋଇଥିଲା ମାପଚୂପ। ଜିଏ, ବିଡିଏ ଓ ତହସିଲର ଅଧିକାରୀମାନେ କରିଥିଲେ ମାପଚୂପ। ନକ୍ସାକୁ ଆଧାର କରି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ସରକାରୀ ଅଧିକାରୀ । ତେବେ ତର୍ଜମା ପରେ ଜଣାପଡିଛି ବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମି ଉପରେ ନିର୍ମାଣ ହୋଇଛି। ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଜିଏ ବିଭାଗର ବରିଷ୍ଠ ଅଧିକାରୀ। ଏନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଛି।
ତେବେ ଖୁବ ଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି। ଜବରଦଖଲ ଉଛେଦ ପାଇଁ ଆଜିଠାରୁ ଆରମ୍ଭ ହେବ ବୋଲି କହିଛନ୍ତି। ଭୁବନେଶ୍ବରର ଖଣ୍ଡଗିରି ବାରି ୧୬-୧୭ ବର୍ଷରୁ ଅଧିକ ସମୟ ହୋଇଯିବ ସରକାରୀ ଜମିକୁ ଜବର ଦଖଲ କରି ଆଶ୍ରମ ନିର୍ମାଣ କରାଯାଇଥିଲା।
Follow Us