କନକ ନ୍ୟୁଜ: ବହୁ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମରେ ବୁଲିଛି ବୁଲଡୋଜର। ମାତ୍ର କେଇ ମିନିଟରେ ମାଟିରେ ମିଶିଗଲା ଆଶ୍ରମ । ଆଉ ଖଣ୍ଡଗିରିବାରିରେ ସବୁଦିନପାଇଁ ଇତିହାସ ହୋଇଗଲା ବୈକୁଣ୍ଠ ଆଶ୍ରମ । ସରକାରୀ ଜମିରେ ବାବା କାଶୀନାଥ ଜବରଦଖଲ କରି ଗଢିତୋଳିଥିବା ଆଶ୍ରମକୁ ମାଟିରେ ମିଶାଇଛି ବିଡିଏ । ଉଚ୍ଛେଦ ପ୍ରକ୍ରିୟାରେ ବିଡିଏ ସହ ସାମିଲ ହୋଇଛି ସାଧାରଣ ପ୍ରଶାସନ, ବିଏମସି ଓ ଜିଲ୍ଲା ପ୍ରଶାସନ ।
ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ଏହି ପରିସରରେ ସାଧାରଣ ପ୍ରଶାସନ ଲଗାଇଛି ଗୋଟିଏ ବୋର୍ଡ । ଜବରଦଖଲକାରୀ ଆଉ ଏହି ସରକାରୀ ଜମିରେ ପ୍ରବେଶ କରିପାରିବେ ନାହିଁ ବୋଲି ସିଧାସଳଖ ଭାବେ କହିଛି ସାଧାରଣ ପ୍ରଶାସନ ବିଭାଗ । ଆଶ୍ରମ ଭଙ୍ଗା ହେବା ପୂର୍ବରୁ ଆଶ୍ରମରୁ କିଛି ରୋଚକ ସାମଗ୍ରୀ ମିଳିଛି । ମିଳିଥିବା ସାମଗ୍ରୀକୁ ଦେଖିଲେ ସ୍ପଷ୍ଟ ବାବେ ଜଣାପଡୁଛି ଯେ, ଆତ୍ମଘୋଷିତ ବାବା କାଶୀନାଥଙ୍କ ପୁଅ ଭାରି ସୌକିନ ଥିଲେ । ଏକ ନିର୍ଦ୍ଧିଷ୍ଟ କମ୍ପାନୀର କ୍ରିମ ବ୍ୟବହାର କରୁଥିଲେ ବାବା ଅନନ୍ତ ଓରଫ କଳକୀ । ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ଏହା ମହାପ୍ରଭୁଙ୍କର । ଅର୍ଥାତ ବାବା କଳକୀଙ୍କର । କେବଳ ଏତିକି ନୁହଁ କ୍ରୀଡା ପ୍ରତି ରହିଛି ତାଙ୍କର ବେଶ ରୁଚି । ଏହା ସହ ଆଶ୍ରମରୁ ମିଳିଛି ବେଶ୍ ବଲ ଷ୍ଟିକ, କ୍ରିକେଟ ବ୍ୟାଟ ଆଉ ବଲ୍ ।
ବହୁ ବାଦ ବିବାଦ ପରେ ମାଟିରେ ମିଶିଲା ଆଶ୍ରମ । କିନ୍ତୁ ଆତ୍ମଘୋଷିତ ବାବା କାଶୀନାଥଙ୍କ ଦେଖା ମିଳିନାହିଁ । ବିବାଦ ପରଠାରୁ ଆଶ୍ରମ ବନ୍ଦ ଥିବାବେଳେ ଅନୁଗାମୀଙ୍କର ବି ଦେଖାନଥିଲା । ଆଶ୍ରମ ଭଙ୍ଗା ଯିବା ସମୟରେ ଆଶ୍ରମ ପାଖରେ କିଛି ଅନୁଗାମୀ ଆସିଥିଲେ । କିଛି ଭାବବିହ୍ବଳ ହୋଇ କାନ୍ଦିଥିଲେ ତ ଆଉ କିଛି କ୍ୟାମେରା ଦେଖି ଲୁଚି ପଳାଇଥିଲେ ।
ଆତ୍ମଘୋଷିତ ବାବା କାଶୀନାଥ ବହୁ ବର୍ଷ ଧରି ସାଧାରଣ ଲୋକଙ୍କୁ ଧର୍ମ ନାଁରେ ଠକୁଥିବା ବାରମ୍ବାର ଅଭିଯୋଗ ହୋଇଛି । ଏବେ ସଭିଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କୁଆଡେ ଗଲେ ବାବା କାଶୀନାଥ? କାହିଁକି ଲୁଚି ରହିଛନ୍ତି ବାବା କାଶୀନାଥ? କାଶୀନାଥଙ୍କ ପୁଅ ଅନନ୍ତ ଓରଫ କଳକୀ ଏବେ କେଉଁଠି ? ଖଣ୍ଡଗିରି ପରେ ଆଉ କେଉଁଠି ଗଢି ଉଠିବ କି ବାବା କାଶୀନାଥଙ୍କ ଆଶ୍ରମ?
ବୈକୁଣ୍ଠ ଧାମରେ ପଶିଲା ବୁଲଡୋଜର । ସମାଧି ପାଇଲା ବ୍ୟଭିଚାର, ଅନ୍ଧବିଶ୍ବାସ
ମାଟିରେ ମିଶିଲା ବେଆଇନ କୋଠା । ସମାଧି ପାଇଲା ବ୍ୟଭିଚାର, ଅନ୍ଧବିଶ୍ବାସ । ଏବେ ବି ବାବା କାଶୀନାଥ ନିଖୋଜ, ପୋଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ।
/kanak/media/media_files/2025/01/17/lNqe0u2hmIiTamDzoUve.jpg)