ବୁଲଡୋଜରରେ ଭାଙ୍ଗିଥିବା ଘର ମାଲିକଙ୍କୁ ମିଳିବ  ୧୦ ଲକ୍ଷ ; ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆବଦେନକାରୀଙ୍କ ଆବେଦନକୁ ଗୁରୁତ୍ବର ସହ ନେଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି , ୨୪ ଘଣ୍ଟା ଭିତରେ ଯେଉଁମାନଙ୍କ ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି ସେମାନଙ୍କୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବେ ରାଜ୍ୟ ସରକାର ।

scଽଽଽଽ

scଽଽଽଽ Photograph: (KanakNews)

କନକ ବ୍ୟୁରୋ: ଆବଦେନକାରୀଙ୍କ ଆବେଦନକୁ ଗୁରୁତ୍ବର ସହ ନେଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି , ୨୪ ଘଣ୍ଟା ଭିତରେ ଯେଉଁମାନଙ୍କ ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି ସେମାନଙ୍କୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବେ ରାଜ୍ୟ ସରକାର ।

ଉତ୍ତରପ୍ରଦେଶ ବୁଲଡୋଜର ମାମଲାକୁ କଠୋର ଭାବେ ନେଇ ବଡ ନିଷ୍ପତ୍ତି ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରୟାଗରାଜର ଜଣେ ଓକିଲ, ଜଣେ ପ୍ରଫେସର, ୩ ଜଣ ମହିଳାଙ୍କ ଆବେଦନର ଶୁଣାଣି କରିଛନ୍ତି କୋର୍ଟ । ସୂଚନା ଅନୁସାରେ, ୨୦୨୧ରେ ସେମାନଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିଦିଆଯାଇଥିଲା । ଘର ଭାଙ୍ଗିବାକୁ ନୋଟିସ୍ ଦିଆଯିବାର ମାତ୍ର ୨୪ ଘଣ୍ଟା ଭିତରେ ଘରକୁ ଭାଙ୍ଗିଦେବା ମାନବୀୟ ଅଧିକାରର ଘୋର ଉଲଂଘନ ବୋଲି କହିଛନ୍ତି କୋର୍ଟ । ତେଣୁ ପ୍ରୟାଗରାଜ ବିକାଶ ପ୍ରାଧିକରଣ ଏଥିପାଇଁ ଦାୟୀ ରହିବା ସହ ଏହାର କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe