କନକ ବ୍ୟୁରୋ: ଆବଦେନକାରୀଙ୍କ ଆବେଦନକୁ ଗୁରୁତ୍ବର ସହ ନେଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି , ୨୪ ଘଣ୍ଟା ଭିତରେ ଯେଉଁମାନଙ୍କ ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି ସେମାନଙ୍କୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବେ ରାଜ୍ୟ ସରକାର ।

Advertisment

ଉତ୍ତରପ୍ରଦେଶ ବୁଲଡୋଜର ମାମଲାକୁ କଠୋର ଭାବେ ନେଇ ବଡ ନିଷ୍ପତ୍ତି ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରୟାଗରାଜର ଜଣେ ଓକିଲ, ଜଣେ ପ୍ରଫେସର, ୩ ଜଣ ମହିଳାଙ୍କ ଆବେଦନର ଶୁଣାଣି କରିଛନ୍ତି କୋର୍ଟ । ସୂଚନା ଅନୁସାରେ, ୨୦୨୧ରେ ସେମାନଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିଦିଆଯାଇଥିଲା । ଘର ଭାଙ୍ଗିବାକୁ ନୋଟିସ୍ ଦିଆଯିବାର ମାତ୍ର ୨୪ ଘଣ୍ଟା ଭିତରେ ଘରକୁ ଭାଙ୍ଗିଦେବା ମାନବୀୟ ଅଧିକାରର ଘୋର ଉଲଂଘନ ବୋଲି କହିଛନ୍ତି କୋର୍ଟ । ତେଣୁ ପ୍ରୟାଗରାଜ ବିକାଶ ପ୍ରାଧିକରଣ ଏଥିପାଇଁ ଦାୟୀ ରହିବା ସହ ଏହାର କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।