କନକ ବ୍ୟୁରୋ : ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ଭୟାବହ ସଡ଼କ ଦୁର୍ଘଟଣା । ବୁଲନ୍ଦ ସହରରେ ବୁଦାଉନ-ମିରଟ ରାଜ୍ୟ ରାଜପଥରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୬ ଜଣ ଆହତ ହୋଇଛନ୍ତି । ଗାଜିଆବାଦରୁ ଆସୁଥିବା ଏକ ପିକଅପ ଭ୍ୟାନ ଓ ଟ୍ରଲି ଥିବା ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ତଦନ୍ତ ଓ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।