କନକ ବ୍ୟୁରୋ : ରାଜଧାନୀରେ ଜମି ବ୍ୟବସାୟୀ ସସ୍ମିତ ବିଶ୍ୱାଳ ହତ୍ୟାକାଣ୍ଡ ଘଟଣାରେ ସିନ୍ ରିକ୍ରିଏସନ୍ କଲା ହତ୍ୟାକାରୀ । ଏୟାର୍ଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି କାଜୁ ଜଙ୍ଗଲରେ ବିଲ୍ଡର ସସ୍ମିତ ବିଶ୍ୱାଳଙ୍କୁ ହତ୍ୟା କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଏୟାର୍ଫିଲ୍ଡ ପୁଲିସ । ରିମାଣ୍ଡରେ ଆଣିବା ପରେ ମୁଖ୍ୟ ଅଭିଯୁକ୍ତକୁ କ୍ରାଇମ୍ ସ୍ପଟକୁ ନିଆଯାଇଛି । ମୁଖ୍ୟ ଅଭିଯୁକ୍ତର ନାଁ ଦେବଦତ୍ତ ପରିଡ଼ା । ଅଭିଯୁକ୍ତ କିଭଳି ପିଟି ପିଟି ହତ୍ୟା କରିଥିଲା ତାହା ଦେଖାଇଛି । ତେବେ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏୟାର୍ଫିଲ୍ଡ ଥାନା ପୁଲିସ ।
ତେବେ ଏହା ପୂର୍ବରୁ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା । ସସ୍ମିତ ବିଶ୍ୱାଳ ଓରଫ ଚିନୁ, ଘର ଭୁବନେଶ୍ୱର ଏୟାରଫିଲଡ ଥାନା ଅଞ୍ଚଳରେ । ଜଣେ ବିଲ୍ଡର ବା ଜମି ବ୍ୟବସାୟୀ । ଭୁବନେଶ୍ୱରରେ ଜମି କିଣାବିକାକୁ ନେଇ ସସ୍ମିତଙ୍କ ସହ କିଛି ଲୋକଙ୍କ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ସେହି ଜମି ନିକଟକୁ ଯାଇଥିଲେ ସୁଶାନ୍ତ । ହେଲେ ଆଉ ଘରକୁ ଫେରିନଥିଲେ । ବିବାଦୀୟ ଜମି ନିକଟରେ ୭ ରୁ ୮ ଜଣ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରି ଫେରାର ହୋଇଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସସ୍ମିତଙ୍କୁ ଜୀବନରୁ ମାରିଦେବା ପାଇଁ ପୂର୍ବରୁ ସୁକାନ୍ତ ବେହେରା ନାମକ ଜଣେ ବ୍ୟକ୍ତି ଧମକ ଦେଇଥିଲେ । ଏନେଇ ସସ୍ମିତ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଏହି ଏତଲାରେ ସସ୍ମିତ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । କେବଳ ଏତିକି ନୁହେଁ ପରିବାର କରିଥିବା ଅଭିଯୋଗ ଅନୁସାରେ ସେହି ଜମିବାଡ଼ି ବିବାଦକୁ ନେଇ ଅନେକ ସମୟରେ କିଛି ଲୋକ ସସ୍ମିତଙ୍କୁ ବଟି ମଧ୍ୟ ମାଗୁଥିଲେ । ସସ୍ମିତଙ୍କୁ ହତ୍ୟା ନେଇ ଲିଖିତ ଅଭିଯୋଗ ପରେ ହତ୍ୟାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତ ଗୁଲୁ ମହାନ୍ତି, ମନୋଜ ବେହେରା ଓ ସୁକାନ୍ତ ବେହେରାଙ୍କୁ ପୁଲିସ ଗିରଫ କରିଥିଲା ।