କନକ ବ୍ୟୁରୋ : ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ରେଞ୍ଜର । ଗାଡ଼ି ଛାଡ଼ିବାକୁ ଟଙ୍କା ନେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାଠ ମାଫିଆଠାରୁ ଗାଡ଼ି ଛାଡ଼ିବା ପାଇଁ ଏହି ଲାଞ୍ଚ ନେଉଥିଲେ ରେଞ୍ଜର । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଏକ କାଠ ଭର୍ତ୍ତି ଗାଡ଼ି ଛାଡ଼ିବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଜଣେ କାଠ ମାଫିଆ ନିଜ ଗାଡ଼ି ଛାଡ଼ିବା ପାଇଁ ରେଞ୍ଜରଙ୍କୁ ଟଙ୍କା ଲାଞ୍ଚ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ସରକାର ଜଙ୍ଗଲ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଏଠି କିନ୍ତୁ ବାବୁ ନିଜ ସ୍ୱାର୍ଥ ଲାଗି ଗଛ କାଟି ଚାଲାଣ କରିବା ପାଇଁ ମାଫିଆମାନଙ୍କୁ ପୂରା ସହଯୋଗ କରୁଛନ୍ତି । ଜଣେ ଅଧିକାରୀ କିଭଳି କାର୍ୟ୍ୟାଳୟ ପରିସରରେ ମାଫିଆଙ୍କ ସହ ଲାଞ୍ଚ କାରବାର କରୁଛନ୍ତି ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। । ଅନ୍ୟପଟେ ଭିଡ଼ିଓ ବିଷୟରେ ସେ କିଛି ଜାଣିନଥିବା ଏବଂ କାହାଠାରୁ ଲାଞ୍ଚ ନେଇନଥିବା କହି ନିଜ ସଫେଇ ରଖିଛନ୍ତି ବୁଗୁଡ଼ା ବନାଞ୍ଚଳ ଅଧିକାରୀ ।
ବାଡ଼ ଖାଇଲା ଫସଲ : ଲାଞ୍ଚ ନେଉଥିଲେ ଧରାପଡ଼ିଲେ ବୁଗୁଡ଼ା ରେଞ୍ଜର
ଗାଡ଼ି ଛାଡ଼ିବାକୁ ଟଙ୍କା ନେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାଠ ମାଫିଆଠାରୁ ଗାଡ଼ି ଛାଡ଼ିବା ପାଇଁ ଏହି ଲାଞ୍ଚ ନେଉଥିଲେ ରେଞ୍ଜର ।
/kanak/media/media_files/2025/08/17/ranger-2025-08-17-13-42-43.jpg)