କନକବ୍ୟୁରୋ : ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ମଇଁଷି ପଲ ଜବତ କଲା ପୋଲିସ  ।  ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷି ଉଦ୍ଧାର  ।  ଓଡ଼ିଶାରୁ ପଶ୍ଚିମବଙ୍ଗକୁ ମଇଁଷି ପଲ ଚୋରାଚାଲାଣ କରୁଥିଲେ ଗୋରୁ ମାଫିଆ  ।  ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଚଢ଼ାଉ  କରି ଖୁରୁଣ୍ଟିଆ ନିକଟରେ ଚୋରାଚାଲାଣକାରୀଙ୍କୁ ଅଟକାଇଥିଲା ।  ମୋଟ ୧୮୫ ମଇଁଷିଙ୍କୁ ମାଫିଆଙ୍କ କବଳରୁ ଉଦ୍ଧାର କରିବା ପରେ ମୋରଡା ଥାନାକୁ ଆଣିଲା ପୋଲିସ ।

Advertisment

ମଇଁଷି ଚୋରା ଚାଲାଣ କରିଥିବା ୬ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।  ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ମୋରଡା ଥାନା ଅର୍ନ୍ତଗତ ଖୁରୁଣ୍ଟିଆ ହୋଇ ମଈଁଷି ଚାଲାଣ ହେଉଥିବା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ମୋରଡା ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ ।  ଖବର ପାଇ ମୋରଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୮୫ ଟି ମଇଁଷି କୁ ଜବତ କରିଛି  । ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।  ସମସ୍ତ ମଇଁଷି ଭଦ୍ରକ ଚାନ୍ଦବାଲି ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି । 
---