କନକ ବ୍ୟୁରୋ: ଆଜି ଯାଏଁ ଖୋଲିନି ୭୩ଟି ମଇଁଷି ମୃତ୍ୟୁର ରହସ୍ୟ । ମଇଁଷି କାହିଁକି ମଲେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇପାରିବ । ଘଟଣାକୁ ୨୫ଦିନ ବିତିଲା ପରେ ବି ଗୋପାଳକଙ୍କୁ ଆଜି ଯାଏଁ ସରକାରୀ ସହାୟତା ମିଳିପାରିନାହିଁ ।
ଜୁଲାଇ ୧୭ରେ ଆଳି ବ୍ଲକ ଏକମାଣିଆ ଗାଁ ନିକଟ ନଦୀରେ ୭୩ଟି ମଇଁଷି ମରି ଭାସିବା ଘଟଣା ପୂରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା । ମଇଁଷି ମୃତ୍ୟୁର କାରଣ ଖୋଜାଚାଲିଥିବା ବେଳେ ମଇଁଷି ପାଳକଙ୍କୁ ଭୁଲିଯାଇଛି ପ୍ରଶାସନ । ବେଉସା ହରାଇଥିବା ପରିବାରକୁ ମିଳିନି ସରକାରୀ ସହାୟତା । ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । କେମିତି ଚଳିବୁ ? କେମିତି ବଞ୍ଚିବୁ ? ଏହି କଥା ଭାବି ଭାବି ଆଖିରୁ ଲୁହ ଗଡ଼ାଉଛନ୍ତି ।
କୌଣସି ମୃତ ମଇଁଷିଙ୍କ ଦେହରେ ଖଣ୍ଡିଆ ଚିହ୍ନ ନାହିଁ। କଲିକତାରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବ। ଅନ୍ୟପଟେ ରିଲିଫ୍ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ।
ଏକମାଣିଆ ପଞ୍ଚାୟତକୁ ଚାରିପଟୁ ଘେରି ରହିଛି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ
ଚାଷ ଓ ପଶୁପାଳନ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା
ଗାଈ-ମଇଁଷି ପାଳନ କରି ପରିବାର ପ୍ରତିପୋଷଣ କରନ୍ତି । କ୍ଷୀର, ଦହି ଓ ଛେନା ରାଜନଗର ବଜାରରେ ବିକ୍ରି କରିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/11/buffalo-2025-09-11-18-29-03.jpg)