ଆଉ ମଞ୍ଚରେ ହସାଇବେ ନାହିଁ ବୁଧିଆ ନନା : ସମସ୍ତଙ୍କୁ କନ୍ଦାଇ ଚାଲିଗଲେ ଆରପାରିକୁ ....

Advertisment

ନା ଆଉ ମଞ୍ଚରୁ ହସାଇବେ ନା ଆପଣ ଆଉ ତାଙ୍କ ସଂଳାପ ଶୁଣି ହସିବେ, କାରଣ ଆରପାରିକୁ ଚାଲିଯାଇଛନ୍ତି କଳିଙ୍ଗ ଗଣନାଟ୍ୟର ହାସ୍ୟ କଳାକାର ବୁଧିଆ ନନା | ଯାତ୍ରା ଜଗତରେ ଦେବେନ୍ଦ୍ର ଦାସ ବା ବୁଧିଆ ନନା ଭାବେ ପରିଚିତ ଏହି ହାସ୍ୟ କଳାକାର ଆଜି ସମସ୍ତଙ୍କୁ କନ୍ଦାଇ ଦେଇ ଚାଲିଯାଇଛନ୍ତି

ନା ଆଉ ମଞ୍ଚରୁ ହସାଇବେ ନା ଆପଣ ଆଉ ତାଙ୍କ ସଂଳାପ ଶୁଣି ହସିବେ, କାରଣ ଆରପାରିକୁ ଚାଲିଯାଇଛନ୍ତି କଳିଙ୍ଗ ଗଣନାଟ୍ୟର ହାସ୍ୟ କଳାକାର ବୁଧିଆ ନନା | ଯାତ୍ରା ଜଗତରେ ଦେବେନ୍ଦ୍ର ଦାସ ବା ବୁଧିଆ ନନା ଭାବେ ପରିଚିତ ଏହି ହାସ୍ୟ କଳାକାର ଆଜି ସମସ୍ତଙ୍କୁ କନ୍ଦାଇ ଦେଇ ଚାଲିଯାଇଛନ୍ତି

BUDHIA NANA

Photograph: (KANAKNEWS)

କନକବ୍ୟୁରୋ : ନା ଆଉ ମଞ୍ଚରୁ ହସାଇବେ ନା ଆପଣ ଆଉ ତାଙ୍କ ସଂଳାପ ଶୁଣି ହସିବେ, କାରଣ ଆରପାରିକୁ ଚାଲିଯାଇଛନ୍ତି କଳିଙ୍ଗ ଗଣନାଟ୍ୟର ହାସ୍ୟ କଳାକାର ବୁଧିଆ ନନା | ଯାତ୍ରା ଜଗତରେ ଦେବେନ୍ଦ୍ର ଦାସ ବା ବୁଧିଆ ନନା ଭାବେ ପରିଚିତ ଏହି ହାସ୍ୟ କଳାକାର ଆଜି ସମସ୍ତଙ୍କୁ କନ୍ଦାଇ ଦେଇ ଚାଲିଯାଇଛନ୍ତି | ଦୀର୍ଘ ୫୦ ବର୍ଷର ଯାତ୍ରା କ୍ୟାରିୟରରେ ହସର ଫୁଆରା ଫୁଟେଇଥିବା ବୁଧିଆଙ୍କ ମୃତ୍ୟୁ ବେଳକୁ ୬୩ ବର୍ଷ ହୋଇଥିଲା |

ଅଧିକ ପଢନ୍ତୁ...ପଦାର୍ଥ ବିଜ୍ଞାନରେ ଉଚ୍ଚଶିକ୍ଷା ; ହେଲେ ଡଙ୍ଗା ବ୍ୟବସାୟ କରି ସ୍ବାବଲମ୍ବୀ

ମିଳିଥିବା ସୂଚନା ମୁତାବକ ଆଜ୍ମା ବା ଶ୍ୱାସରେ ପୀଡିତ ଥିବା ବୁଧିଆ ନନାଙ୍କର ଗତକାଲି ମୃତ୍ୟୁ ହୋଇଯାଇଛି | ଅସତ୍ୟ ସହର, ବଦନାମ ଗଳିର ଝିଅ ଭଳି ସୁପରହିଟ ଯାତ୍ରାରେ ଅଭିନୟ କରିଥିଲେ | ରଙ୍ଗମହଲ, ବିଶ୍ୱ ଦରବାର, କଳିଙ୍ଗ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ ଭଳି ନାମିଦାମୀ ପାର୍ଟିରେ ଅଭିନୟ କରିଥିଲେ | 

ବୁଧିଆ ନନାଙ୍କ ଘର ଜଗତସିଂହପୁରର ଗୋପାଳପୁର ହୋଇଥିବାବେଳେ ତାଙ୍କ ମୃତ୍ୟୁକୁ ନେଇ ଯାତ୍ରା ଦୁନିଆ ସହ ପ୍ରଶଂସକଙ୍କ ମହଲରେ ଦୁଃଖର ଲହରୀ ଖେଳିଯାଇଛି | ଏଥର ଡିସେମ୍ବର ମାସ ଯାତ୍ରା ଜଗତ ପାଇଁ ଅନେକ ଦୁଃଖ ଆଣିଦେଇଛି | ଦୁଇଟି ବଡ ବଡ ଯାତ୍ରା ପାର୍ଟିର ଦୁଇଜଣ ଜଣାଶୁଣା ହାସ୍ୟକଳାକାରଙ୍କ ଦେହାନ୍ତ ହୋଇଯାଇଛି | ଆଜି ବୁଧିଆ ନନାଙ୍କ ପରଲୋକ ହୋଇଯାଇଥିବାବେଳେ ଗତ ୭ ତାରିଖରେ ଇନ୍ଦ୍ରଭୁବନ ଅପେରାର ମୁଖ୍ୟ ହାସ୍ୟକଳାକାର ଗୁରୁ ପୃଷ୍ଟିଙ୍କର ଏକ ସଡକ ଦୁର୍ଘଟଣାରେ ଜୀବନ ଚାଲିଯାଇଥିଲା | ଅଜଣା ଗାଡ଼ି ଧକ୍କାରେ ଯୁବ ଯାତ୍ରା ହାସ୍ୟାଭିନେତା ଗୁରୁ ପୃଷ୍ଟି(୩୩)ଙ୍କ ମୃତ୍ୟୁ ଘଟିଥିଲା ।

ଗତ ୭ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍କର ଚିଙ୍ଗୁଡିପୁର ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା ସୂଚନା ଅନୁଯାୟୀ କଳାକାର ଗୁରୁ ପୃଷ୍ଟି ରବିବାର ରାତି ପାଖାପାଖି ଆଠଟା ବେଳେ ନାଟକରେ ଅଭିନୟ କରିବା ପାଇଁ ଏକ ବାଇକ ଯୋଗେ ଭଦ୍ରକରୁ  ଧାମନଗର ସେଣ୍ଡପୁରକୁ ଆସୁଥିବା ବେଳେ ଜାତୀୟ ରାଜପଥର ଚିଙ୍ଗିଡ଼ିପୁର କେନାଲ ଛକ ନିକଟରେ ପଛରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇ ଯାଇଥିଲା ।

ଏହାପରେ ଗୁରୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଆଜି ବୁଧିଆ ନନାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଦୋହଲାଇଦେଇଥିବାବେଳେ ଗତକାଲି ଅଷ୍ଟଶମ୍ଭୁ ଅପେରାର ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ନରେନ୍ଦ୍ର ଦାସ(ନଳୀ)ଙ୍କର ମାତ୍ର ୪୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିଲା | ଜଗତସିଂହପୁର ବାଲିକୁଦା ଡିହସାହି ଗ୍ରାମର ନଳୀଙ୍କର ହୃଦଘାତରେ ଜୀବନ ଚାଲିଯାଇଥିବାବେଳେ ଏବେ ସେ ଅଷ୍ଟଶମ୍ଭୁ ଅପେରାରେ ଅଭିନୟ କରୁଥିଲେ | ନଳୀ ତାଙ୍କ ଯାତ୍ରା କ୍ୟାରିୟର ତୁଳସୀ-ଗୌରୀ ଗଣନାଟ୍ୟରୁ ଆରମ୍ଭ କରିଥିବାବେଳେ ଏହାପରେ ଇଷ୍ଟର୍ଣ୍ଣ ରେଡ, ତୁଳସୀ ଗଣନାଟ୍ୟ, ଇନ୍ଦ୍ରଭୁବନ, ତ୍ରିନାଥ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟର ଅନେକ ସୁପରହିଟ ଯାତ୍ରାରେ ବି ଅଭିନୟ କରିଥିଲେ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe