ଜମୁଛି ବ୍ରହ୍ମପୁରର ବୁଢୀଠାକୁରାଣୀ ଯାତ୍ରା, ସକାଳୁ ମା’ଙ୍କୁ ଅସ୍ଥାୟୀ ପୀଠରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

Advertisment

ସକାଳୁ ମା’ଙ୍କୁ ଅସ୍ଥାୟୀ ପୀଠରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ । ସଂଧ୍ୟାରେ ପୀଠରେ ପୂଜାର୍ଚ୍ଚନା ପରେ ନଗର ପରିକ୍ରମାରେ ବାହାରିବେ ମା’ ।

ସକାଳୁ ମା’ଙ୍କୁ ଅସ୍ଥାୟୀ ପୀଠରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ । ସଂଧ୍ୟାରେ ପୀଠରେ ପୂଜାର୍ଚ୍ଚନା ପରେ ନଗର ପରିକ୍ରମାରେ ବାହାରିବେ ମା’ ।

ଆଜିଠୁ ମା’ଙ୍କ ନଗର ପରିକ୍ରମା

ଆଜିଠୁ ମା’ଙ୍କ ନଗର ପରିକ୍ରମା Photograph: (kanakNews)

କନକ ବ୍ୟୁରୋ:  ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ଉତ୍ସବ ମୁଖର ବ୍ରହ୍ମପୁର ସହର । ଆଜି ମା’ଙ୍କ ଯାତ୍ରାର ଦଶମ ଦିନ । ସକାଳୁ ସକାଳୁ ମା'ଙ୍କୁ ଅସ୍ଥାୟୀ ପୀଠରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଲାଣି । ନଡ଼ିଆ କଦଳୀ ସହ ବିଭିନ୍ନ ଫଳମୂଳ ଧରି ମା'ଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତମାନେ ଲମ୍ବା ଲାଇନ ଲଗାଇଛନ୍ତି ।

 ସନ୍ଧ୍ୟାରେ ଅସ୍ଥାୟୀ ପୀଠରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା ଶେଷ ହେବା ପରେ ମା’ ନଗର ପରିକ୍ରମାରେ ବାହାରିବେ। ପ୍ରଥମେ ମହୁରୀ ରାଜବାଟି ଯାଇ ସେଠାରୁ ମହୁରୀ ଗଡ଼ ରାଜା ମା'ଙ୍କୁ ପୂଜାର୍ଚ୍ଚନା କରିବେ। ସେଠାରୁ ବିଭିନ୍ନ ସାହିକୁ ସାହି ବୁଲି ପରିକ୍ରମା କରି ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ ଦେବେ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe