କନକ ବ୍ୟୁରୋ : ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମିଳୁଛି ଧନ୍ଦାମୂଳକ ଶିକ୍ଷା । ସମ୍ବଲପୁର ସହର ବୁଢାରଜା ହାଇସ୍କୁଲରେ ମେକାନିକାଲ ଇଂଜିନିୟର ପଢାଉଛନ୍ତି କାର ଓ ବାଇକ ଇଂଜିନ୍ ସଂପର୍କୀୟ ପାଠ।
କେଉଁ ବାଇକ କେତେ ସିସି?
କେଉଁ ବାଇକର ଇଂଜିନର କ୍ଷମତା କେତେ?
କାହାକୁ କେମିତି ଖୋଲାଯିବ? ପାଠ ମାଧ୍ୟମରେ ବୁଝାଉଛନ୍ତି ପ୍ରଶିକ୍ଷକ।
ସେହିପରି କାରରେ ରେଡିଏଟରର କାମ କ’ଣ?
ତାହା କେମିତି କାର୍ୟ୍ୟକରେ?
ରେଡିଏଟରକୁ କେମିତି ଖୋଲାଯିବ? ସବୁ କିଟନିକ୍ ବୁଝାଉଛନ୍ତି ମେକାନିକାଲ ଇଂଜିନିୟର ।
ଛାତ୍ରଛାତ୍ରୀ ମଧ୍ୟ ଅନ୍ୟ ପାଠପଢା ଅପେକ୍ଷା ଧନ୍ଦାମୂଳକ ପାଠ ପ୍ରତି ବେଶି ଆକୃଷ୍ଟ ହେଉଛନ୍ତି । ନବମ ଓ ଦଶମ ଶ୍ରେଣୀରେ ସପ୍ତାହକୁ ୪ଟି ଦିନ ଏହି ପାଠ ପଢ଼ାଯାଏ । ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲ ପକ୍ଷରୁ ଏକ କାରର ବ୍ୟବସ୍ଥା ହୋଇଥିବା ବେଳେ ଜଣେ ଶିକ୍ଷକ ତାଙ୍କ ସ୍କୁଟି ପ୍ରଦାନ କରିଛନ୍ତି ।
କ୍ରାଫ୍ଟ ବା ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା ରହିଛି। ବୁଢାରଜା ହାଇସ୍କୁଲ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/9bwAQwSZOSTCzPQYKqbt.jpg)