କନକ ବ୍ୟୁରୋ: ଗୃହରେ ଅଷ୍ଟମଥର ଲାଗି ଘୋଷଣା ହେଲା ୨୫-୨୬ ବର୍ଷ ପାଇଁ ଆର୍ଥିକ ବଜେଟ୍ । ବଜେଟ୍ ଆରମ୍ଭରୁ ବିରୋଧୀଙ୍କୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ପାଟିତୁଣ୍ଡ ଭିତରେ ଗୃହରେ ବଜେଟ୍ ଆଗତ କରୁଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ କହିଲେ, ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି ।
ନଜର ପକାନ୍ତୁ ବଜେଟ୍ ବୁଲେଟ୍ ପଏଣ୍ଟ ଉପରେ...
ଗତ ୧୦ ବର୍ଷରେ ଅନେକ ସଂସ୍କାର କରାଯାଇଛି । ଏଥର ବଜେଟ୍ରେ ୧୦ଟି କ୍ଷେତ୍ରକୁ ବେଶୀ ଗୁରୁତ୍ବ ଦିଆଯାଇଛି । ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ ଦେଇଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା ଦିଆଯିବା ସହିତ କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ରହିଛି । ଏହା ଦ୍ବାରା ୧.୭ କୋଟି କୃଷକ ଉପକୃତ ହେବେ ବୋଲି କହିଲେ ନିର୍ମଳା
ଏଡିବୁଲ ଅଏଲରେ ଆତ୍ମନିର୍ଭର ହେବା ଲକ୍ଷ୍ୟ । ଏଥିପାଇଁ ୬ ବର୍ଷିଆ ସ୍କିମ୍ ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ଏହାସହ ବିହାରରେ ଏକ ମକାନା ବୋର୍ଡ ଗଠନ କରାଯିବ । ମକାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ । ସେପଟେ ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ବରେ ଦ୍ବିତୀୟ ବୋଲି ଗୃହରେ ଅବଗତ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
ବଜେଟରେ ଗ୍ରାମୀଣ ମହିଳା ଓ ଯୁବବର୍ଗଙ୍କୁ ଅତିରିକ୍ତ ସହାୟତା ମିଳିବ । ଭାରତର ଅର୍ଥନୀତି ଗତିଶୀଳ ରହିଛି । ଆସନ୍ତା ୫ ବର୍ଷରେ ସମସ୍ତଙ୍କ ବିକାଶକୁ ଅଗ୍ରାଧିକାର ଦିଆଯିବ । ଜ୍ଞାନ ଉପରେ ଆମର ଫୋକସ ,ବିକଶିତ ଭାରତ ପାଇଁ ବଜେଟ୍ ପ୍ରସ୍ତୁତ ହୋଇଛି । କପା ଚାଷୀଙ୍କୁ ସର୍ବୋତ୍ତମ ବୈଷୟିକ ସୁବିଧା ଯୋଗାଇ ଦିଆଯିବ ବୋଲି କହିଲେ ଅର୍ଥମନ୍ତ୍ରୀ
୨୫-୨୬ ଆର୍ଥିକ ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଗରିବ, ଯୁବକ, ଅନ୍ନଦାତା, ମହିଳାଇନ୍ ଇଣ୍ଡିଆକୁ ଆହୁରି ଆଗକୁ ବଢ଼ାଇବା ଓ MSME ଆଦି ଫୋକସ ନେଇ କାମ କରୁଛନ୍ତି କେନ୍ଦ୍ର ସରକାର
ଏମଏସଏମଇ ବିକାଶର ଦ୍ବିତୀୟ ଇଞ୍ଜିନ । ୭.୫ କୋଟି ଏମଏସଏମଇ କର୍ମଚାରୀଙ୍କ ଉପରେ ଫୋକସ କରାଯାଇଛି । ଏହାପାଇଁ ଅଧିକ ଋଣ ମଂଜୁରୀ ଦିଆଯିବ । ଯାହାଦ୍ବାରା ଯୁବବର୍ଗ ଅଧିକ ନିଯୁକ୍ତି ପାଇବେ । ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ ରହିବ
ଷ୍ଟାର୍ଟଅପ୍ କ୍ଷେତ୍ରର ବିକାଶ ଲାଗି ୨୭ କ୍ଷେତ୍ରକୁ ଫୋକସ । ପ୍ରଥମ ପିଢିର ଉଦ୍ୟୋଗୀଙ୍କୁ ୨ କୋଟି ଟଙ୍କାର ଷ୍ଟାର୍ଟଅପ୍ କ୍ୟାପିଟାଲ । କେନ୍ଦ୍ର ସରକାର ନ୍ୟାସନାଲ ମ୍ୟାନୁଫ୍ୟାକ୍ଚରିଂ ମିଶନ ପ୍ରତିଷ୍ଠା କରିବେ
ଖେଳନା ଶିଳ୍ପରେ ଗ୍ଲୋବାଲ ହବ୍ : ବଜେଟ୍ରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରମଣ । କହିଲେ, ଖେଳନା ତିଆରି ଶିଳ୍ପକୁ ଅଧିକ ଗୁରୁତ୍ବ ମିଳିବ । ଭାରତ ଆଗାମୀ ଦିନରେ ହେବ ଖେଳନା ଶିଳ୍ପର ଗ୍ଲୋବାଲ ହବ୍
ସ୍ବାସ୍ଥ୍ୟକୁ ନେଇ ବଡ଼ ଘୋଷଣା । ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ରଡବ୍ୟାଣ୍ଡ ଯୋଗାଇ ଦିଆଯିବ । ନ୍ୟାସନାଲ ସେଣ୍ଟର ଫର ଏକ୍ସିଲେନ୍ସ ପ୍ରତିଷ୍ଠା ସହ ୫ ଲକ୍ଷ ସେଣ୍ଟର ଫର ଏକ୍ସିଲେନ୍ସ ପ୍ରତିଷ୍ଠା ନେଇ ନିର୍ମଳାଙ୍କ ଘୋଷଣା
ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ । ୨ ବର୍ଷ ମଧ୍ୟରେ ପ୍ରତିଷ୍ଠା ହେବ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ । ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫ଶହ କୋଟିର ସ୍ବତନ୍ତ୍ର ବ୍ୟୟବରାଦ କରାଯିବ
ପୁଞ୍ଜି ନିବେଶ ବିକାଶର ୩ୟ ଇଞ୍ଜିନ । ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ ହେବେ । ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି ଘଟିଛି । ସବୁ ଜିଲ୍ଲା ହସ୍ପିଟାଲ୍ରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ । ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି କହିଲେ ନିର୍ମଳା
ଏଥର ବଜେଟ୍ରେ ସହରାଞ୍ଚଳକୁ ଗୁରୁତ୍ବ । ସହରାଞ୍ଚଳ ବିକାଶ ଲାଗି ୧ଲକ୍ଷ କୋଟି ବଜେଟ୍ । ୨୦୨୮ ସୁଦ୍ଧା ଜଳ ଜୀବନ ମିଶନ ସାରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପରମାଣୁ ଶକ୍ତିର ବିକାଶ ଲାଗି ୨୦ ହଜାର କୋଟି ନିବେଶ ହେବ ।
ମଡିଫାଏଡ୍ ଉଡାଣ ସ୍କିମ ଦେଶରେ ଲାଗୁ ହେବ । ଯୋଡି ହେବେ ଆଉ ୪ କୋଟି ବିମାନ ଯାତ୍ରୀ । ବିହାର ପାଟନାରେ ଗ୍ରୀନ୍ ଫିଲ୍ଡ ବିମାନ ବନ୍ଦର ହେବ ବୋଲି ନିର୍ମଳା ଘୋଷଣା କଲେ
ଡାଲି ଜାତୀୟ ଶସ୍ୟରେ ଆତ୍ମନିର୍ଭର ହେବ ଭାରତ । ଡାଲି ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ୬ ବର୍ଷୀୟ ଯୋଜନା । ହରଡ଼, ମସୁର ଓ ବିରି ଉତ୍ପାଦନ ଉପରେ ସ୍ବତନ୍ତ୍ର ପ୍ରାଧାନ୍ୟ ଦିଆଯିବ ସହିତ ମାଛ ଉତ୍ପାଦନରେ ଭାରତ ଦ୍ବିତୀୟ ବୃହତ୍ତ ଦେଶ
ମେଡ଼ିକାଲ ପାଠ୍ଯକ୍ରମକୁ ଗୁରୁତ୍ବ । ୫ ବର୍ଷରେ ୭୫ ହଜାର ମେଡ଼ିକାଲ ସିଟ୍ ବୃଦ୍ଧି କରାଯିବ । ଆସନ୍ତାବର୍ଷ ଆଉ ୧୦ ହଜାର ମେଡିକାଲ ସିଟ୍ ବୃଦ୍ଧି ହେବ ।
ଉଡାଣ ଯୋଜନାକୁ ଗୁରୁତ୍ବ । ପାହାଡିଆ ଅଂଚଳରେ ଛୋଟ ଛୋଟ ବିମାନ ବନ୍ଦର ଓ ହେଲିପ୍ୟାଡ ନିର୍ମାଣ କରାଯିବ । ଉଡାଣ ଯୋଜନାରେ ଖୁବଶୀଘ୍ର ଯୋଡି ହେବେ ଆଉ ୧୦୦ ସହର । ମାତ୍ର ୧୦ ବର୍ଷରେ ତିଆରି ହେବ ୧୨୦ ବିମାନ ବନ୍ଦର । ଉଡାଣ ଯୋଜନାରେ ୧.୫ କୋଟି ଲୋକ ଉପକୃତ ହେବେ
୨୦୧୮ ପର୍ଯ୍ୟନ୍ତ ଜଳଜୀବନ ମିଶନକୁ କାର୍ଯ୍ୟକାରୀ କରାଯିବ । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସର୍ବାଧିକ ଗୁରୁତ୍ବ ଦିଆଯିବ । ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଲାଗି ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେବ
ପୁଣି ଥରେ ପୂର୍ବଭାରତ ବିକାଶକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ବ । ପୂର୍ବ ଭାରତରେ ଖୋଲିବ ଯୁରିଆ କାରଖାନା । ଭାଗିଦାରୀରେ ୫ ନ୍ୟାସନାଲ ସେଣ୍ଟର ଫର୍ ଏକ୍ସିଲେନ୍ସ ପ୍ରତିଷ୍ଠା କରିଯିବା ନେଇ ଲକ୍ଷ୍ୟ ରହିଛି । ୨୦୧୪ ପରେ ଆରମ୍ଭ ହୋଇଥିବା IITର ଭିତ୍ତିଭୂମିର ବିକାଶ କରାଯିବ
କଣ ଶସ୍ତା ହେବ ?
ଶସ୍ତା ହେଲା ଜୀବନରକ୍ଷାକାରୀ ଔଷଧ
୬୫ ଔଷଧ ଉପରୁ ସୀମା ଶୁଳ୍କ ଛାଡ଼ ନେଇ ଘୋଷଣା
ଶସ୍ତା ହେଲା ଏଲଇଡି, ଏଲସିଡି, ଟିଭି ଓ ମେଡ଼ିକାଲ ଉପକରଣ
କ୍ୟାନସର ଔଷଧ ବି ଶସ୍ତା ହେଲା
ମୋବାଇଲ ଫୋନ୍, ଲିଥିୟମ୍ ଆୟନ ବ୍ୟାଟେରୀ, ଲେଦର ଜ୍ୟାକେଟ୍ ଶସ୍ତା
ବୈଦ୍ୟୁତିକ ଉପକରଣ ବି ଶସ୍ତା
ବ୍ୟାଟେରୀ କାର ବି ଶସ୍ତା