କନକ ବ୍ୟୁରୋ: ଆସିବାକୁ ଯାଉଛି ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲଗାତାର ୮ମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେବେ ଏଥର ବଜେଟରେ ଆୟକର ଦାତାଙ୍କୁ ଆଶ୍ୱସ୍ତି ମିଳିବ ନା ନାହିଁ, ତାକୁ ନେଇ ଚର୍ଚ୍ଚା ବଢିଛି । କୁହାଯାଉଛି, ଏଥର ଆୟକର ଦାତାଙ୍କୁ ବଡ଼ ଗିଫ୍ଟ ଦେଇପାରେ ମୋଦୀ ସରକାର ।
ବାର୍ଷିକ ୧୦ ଲକ୍ଷ ଆୟ ପର୍ୟ୍ୟନ୍ତ ଆୟକର ଛାଡ ହେଇପାରେ । ଏହାସହ ବାର୍ଷିକ ୧୫ ଲକ୍ଷରୁ ୨୦ ଲକ୍ଷ ଆୟ ପର୍ୟ୍ୟନ୍ତ ଆୟକର ସୀମାକୁ ୨୫ ପ୍ରତିଶତ ରହିପାରେ ।
ଅନ୍ୟପଟେ ଏଥରର ବଜେଟରେ ମହିଳାଙ୍କୁ ବଡ଼ ଉପହାର ଦେଇପାରେ ମୋଦୀ ସରକାର । ଖାସ୍ କରି ମହିଳା ସଶକ୍ତିକରଣ ଦିଗରେ କିଛି ବଡ଼ ଘୋଷଣା ହେଇପାରେ । ଗତଥର ଏଥିପାଇଁ ପାଖାପାଖି ୩ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଏଥର ଏହି ଟଙ୍କା ଆହୁରି ଅଧିକ ବୃଦ୍ଧି ପାଇପାରେ ।
ଖାଲି ସେତିକି ନୁହେଁ, ପିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ମିଳୁଥିବା ଟଙ୍କାର ପରିମାଣ ମଧ୍ୟ ବୃଦ୍ଧି କରିପାରନ୍ତି ମୋଦୀ ସରକାର । ଏବେ ଏହି ଯୋଜନାରେ ଚାଷୀଙ୍କୁ ୬ ହଜାର ଟଙ୍କା ଦିଆଯାଉଛି, ଯାହାକୁ ବୃଦ୍ଧି କରିପାରନ୍ତି ମୋଦୀ ସରକାର । ଏହାସହ କିଷାନ କ୍ରେଡିଟ୍ କାର୍ଡରେ ଚାଷୀଙ୍କୁ ମିଳୁଥିବା ଲୋନର ପରିମାଣ ବୃଦ୍ଧି କରି ଏହାକୁ ୫ ଲକ୍ଷ ଟଙ୍କା କରାଯାଇପାରେ । ଯାହାକି ଏବେ ୩ ଲକ୍ଷ ଟଙ୍କା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/02/01/gGNjqnPSSbzsOVCoMhFC.webp)