କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହରେ ନିଜର ଅଭିଭାଷଣ ରଖିବେ । ଏହାପରେ ୨୦୨୪-୨୫ ଆର୍ଥିକ ବର୍ଷର ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ । ଅର୍ଥନୈତିକ ସର୍ଭେ ୨୦୨୪-୨୫ ହେଉଛି ଏହି ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ପ୍ରଦର୍ଶନର ଆକଳନ ରିପୋର୍ଟ । ଏହି ସର୍ବେକ୍ଷଣରେ ଉତ୍ପାଦନ ଏବଂ ସେବା ଭଳି ଶିଳ୍ପଗୁଡ଼ିକର ଧାରା ପ୍ରକାଶ ପାଇଥାଏ । ଆହ୍ୱାନର ମୁକାବିଲା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ କ'ଣ ନୀତି ପ୍ରଣୟନ କରାଯିବା ଉଚିତ ତାହା ଦର୍ଶାଇଥାନ୍ତି କେନ୍ଦ୍ର ସରକାର । ଏପ୍ରିଲ ୪ତାରିଖ ପର୍ୟ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ଚାଲିବ ବଜେଟ ଅଧିବେଶନ । ପ୍ରଥମ ପର୍ୟ୍ୟାୟ ଫେବୃଆରୀ ୧୩ ତାରିଖ ଯାଏ ଓ ଦ୍ବିତୀୟ ପର୍ୟ୍ୟାୟ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୪ ତାରିଖ ଯାଏ ଚାଲିବ । ଏହି ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରିପାରନ୍ତି କେନ୍ଦ୍ର ସରକାର । ସେପଟେ କୁମ୍ଭମେଳା ଦଳଚକାଟା ସାଙ୍ଗକୁ ଅନ୍ୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଏହାପୂର୍ବରୁ ଗୁରୁବାର ବସିଥିଲା ସର୍ବଦଳୀୟ ବୈଠକ ।
ଆଜିଠୁ ସଂସଦର ବଜେଟ ଅଧିବେଶନ । କାଲି ବଜେଟ ପେଡ଼ି ଖୋଲିବେ ଅର୍ଥମନ୍ତ୍ରୀ ।
ଆସନ୍ତାକାଲି ବଜେଟ ପେଡ଼ି ଖୋଲିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋଟ ।
/kanak/media/media_files/2025/01/31/nCFSCXznOu1iVTFT22Ad.jpg)