Assembly ends Photograph: (KanakNews)
କନକ ବ୍ୟୁରୋ: ଶେଷ ହେଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ୍ ଅଧିବେଶନ । ୩ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ୨୮ଟି କାର୍ଯ୍ୟ ଦିବସ ମଧ୍ୟରୁ ୨୫ଟି କାର୍ଯ୍ୟ ଦିବସ ଚାଲିଥିଲା । ଆଗକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ । ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଥିଲେ।
ଶେଷ ଦିନରେ ଗୃହରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା। ଅପରାହ୍ଣ ୪ଟାରୁ ଭୋର ୪ଟା ୩୦ମିନିଟ ପର୍ଯ୍ୟନ୍ତ ଜୋରଦାର ବିତର୍କ ହେଲା। ଏହା ହେଉଛି ବିଧାନସଭାରେ ରେକର୍ଡ ସ୍ତରୀୟ କାର୍ଯ୍ୟକାଳ ଦିନ ।
ବିଲ୍ ପାସ ପାଇଁ ବିଧାନସଭାରେ ସର୍ବକାଳୀନ ସାଢେ ୧୬ ଘଣ୍ଟାର ରେକର୍ଡ ରହିଛି । ଅପରାହ୍ଣ ୪ଟାରୁ ଭୋର ୪ଟା ୩୦ମିନିଟ ପର୍ଯ୍ୟନ୍ତ ଜୋରଦାର ବିତର୍କ ହୋଇଥିଲା। ଶେଷରେ ଭୋର ୪ଟା ୩୦ମିନିଟରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । ବିଲ୍ ପାସ ପାଇଁ ବିଧାନସଭାରେ ସର୍ବକାଳୀନ ପୂର୍ବରୁ ସାଢେ ୧୬ ଘଣ୍ଟାର ରେକର୍ଡ ରହିଛି।
Follow Us