ବଜେଟ ଅଧିବେଶନ ଆରମ୍ଭରୁ ଝଡ : ରାଷ୍ଟ୍ରପତିଙ୍କୁ ବିଚରା କହି ବିବାଦରେ ସୋନିଆ

Advertisment

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା ନୂଆ ବିବାଦକୁ ଜନ୍ମ ଦେଇଛି ।  ଅଭିଭାଷଣ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ବିଚାରି କହିଥିଲେ କଂଗ୍ରେସ ନେତ୍ରୀ  ।  ଯାହାକୁ ନେଇ ଏବେ ବିବାଦ ତେଜିଛି । ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ ରାଷ୍ଟ୍ରପତି ଓ ଆଦିବାସୀ ସମୁଦାୟଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ ଦାବି କରିଛି ବିଜେପି ।  

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା ନୂଆ ବିବାଦକୁ ଜନ୍ମ ଦେଇଛି ।  ଅଭିଭାଷଣ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ବିଚାରି କହିଥିଲେ କଂଗ୍ରେସ ନେତ୍ରୀ  ।  ଯାହାକୁ ନେଇ ଏବେ ବିବାଦ ତେଜିଛି । ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ ରାଷ୍ଟ୍ରପତି ଓ ଆଦିବାସୀ ସମୁଦାୟଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ ଦାବି କରିଛି ବିଜେପି ।  

sonia

sonia Photograph: (KanakNews )

କନକବ୍ୟୁରୋ : ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା ନୂଆ ବିବାଦକୁ ଜନ୍ମ ଦେଇଛି ।  ଅଭିଭାଷଣ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ବିଚାରି କହିଥିଲେ କଂଗ୍ରେସ ନେତ୍ରୀ  ।  ଯାହାକୁ ନେଇ ଏବେ ବିବାଦ ତେଜିଛି । ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ ରାଷ୍ଟ୍ରପତି ଓ ଆଦିବାସୀ ସମୁଦାୟଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ ଦାବି କରିଛି ବିଜେପି ।  

କୁହାଯାଏ ପାଟିରୁ କଥା ଓ ଧନୁରୁ ତୀର ଖସିଲେ ଫେରିଆସେ ନାହିଁ  ।  ଅର୍ଥାତ୍ ଶବ୍ଦ ଚୟନରେ ଟିକିଏ ଅସାବଧାନ ହେଲେ ବୁମେରାଂ ପାଲଟିଯାଏ। ସଂସଦ ପରିସରରେ ତାହାର ଉଦାହରଣ ଦେଖିବାକୁ ମିଳିଛି। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ସୋନିଆ ଗାନ୍ଧୀଙ୍କୁ ବିବାଦ ଭିତରକୁ ଟାଣି ଆଣିଛି। ସଂସଦ ପରିସରରେ ଗଣମାଧ୍ୟମ ଆଗରେ ସୋନିଆ କହିଥିଲେ ବିଚାରି କହି କହି ଶେଷରେ ଥକିଗଲେ  । ରାଷ୍ଟ୍ରୁପତି ବାରମ୍ବାର ଗୋଟିଏ କଥା କହୁଥିଲେ। ଅନ୍ୟପଟେ ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରକ୍ତିକର କହିଥିଲେ  । 

ସୋନିଆ ଗାନ୍ଧୀଙ୍କ ବୟାନକୁ ନେଇ ବୟାନ ଜାରି କରି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ରାଷ୍ଟ୍ରପତି ଭବନ । ଏଭଳି ବୟାନ ଦୁର୍ଭାଗ୍ୟ ଜନକ, ଏହା ସର୍ବୋଚ୍ଚ ପଦବୀର ମର୍ଯ୍ୟାଦୀକୁ କ୍ଷୂର୍ଣ୍ଣ କରୁଛି। ସେପଟେ ସୋନିଆ ଗାନ୍ଧୀଙ୍କ ବିଚାରି ବୟାନକୁ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । କହିଛନ୍ତି, ସୋନିଆଙ୍କ ବୟାନ ଦେଶର ସର୍ବୋଚ୍ଚ ପଦାସୀନ ଆଦିବାସୀ ମହିଳାଙ୍କୁ ଅପମାନିତ କରିଛି ଓ ଏହା ଆଦିବାସୀ ବିରୋଧୀ ବୟାନ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଆମ ରାଷ୍ଟ୍ରପତି ଆଦିବାସୀ, ହେଲେ ସେ ଅସହାୟ ନୁହଁନ୍ତି  । ଏହା ଆଦିବାସୀ ସଂପ୍ରଦାୟଙ୍କୁ ଅପମାନ  ।  ତେଣୁ ସୋନିଆ ରାଷ୍ଟ୍ରପତି ଓ ଆଦିବାସୀ ସଂପ୍ରଦାୟଙ୍କୁ ନିସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି  । ରାଷ୍ଟ୍ରପତିଙ୍କୁ ଅସହାୟ ମହିଳା କହି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ନିଜର ଓ କଂଗ୍ରେସର ଅଡୁଆ ବଢାଇ ଦେଇଛନ୍ତି । ବଜେଟ ଅଧିବେଶନ ଆରମ୍ଭରୁ ବିଜେପିକୁ ଏକ ବିବାଦୀୟ ପ୍ରସଙ୍ଗ ଟେକି ଦେଇଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe