କନକବ୍ୟୁରୋ : ଉପସ୍ଥାପନ କରାଯାଇଛି ନିର୍ମଳାଙ୍କ ପେଡି । ସମସ୍ତଙ୍କ ଏ ନେଇ ବଢୁଛି ଉତ୍କଣ୍ଠା , ଏ ବଜେଟ ରେ କଣ ରହିବ ଉପସ୍ଥାପନା ଏଥିରେ ମଧ୍ୟବିତ୍ତଙ୍କ ନିମ୍ନବର୍ଗ ଓ ଧନୀ ଙ୍କ ପାଇଁ କଣ ରହିଛି ପେଡିରେ , ଏ ସମସ୍ତ ତଥ୍ୟ ଜାଣିବା ପାଇଁ ଆଉ କିଛି ସମୟର ଅପେକ୍ଷା ରହିଛି । ଏଥିସହ ଏହି ବଜେଟରେ କଣ ହେବ ଶସ୍ତା କଣ ହେବ ମହଙ୍ଗା ତାହାକୁ ନେଇ ସମସ୍ତେ ଉତ୍ସାହ ରହିଛି , ଏହି ବଜେଟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ଉପସ୍ଥାପିତ ହେବ। ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
କେନ୍ଦ୍ର ସରକାରଙ୍କ ଏହି ବହୁ ପ୍ରତୀକ୍ଷିତ ବଜେଟ୍ ଉପରେ ରହିଛି ସାରା ଦେଶବାସୀଙ୍କ ନଜର। ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ନେଇ ସରକାର କି ନିଷ୍ପତ୍ତି ନେଉଛନ୍ତି, ତାକୁ ଚାହିଁ ରହିଛି ମଧ୍ୟବିତ୍ତ। ଏଥର ମନେ ହେଉଛି ଯେ ସରକାର ମୁଦ୍ରାସ୍ଫୀତି ଏବଂ ଟିକସ କ୍ଷେତ୍ରରେ ଅନେକ ଘୋଷଣା କରିପାରନ୍ତି । ତାହା ଆଉ କିଛି ସମୟ ମଧ୍ୟରେ ଜଣାପଡିବ କିନ୍ତୁ ଏହାରି ଭିତରେ ଆସନ୍ତୁ ଜାଣିବା ବଜେଟ କୁ ପୂର୍ବରୁ କାହିଁକି ସନ୍ଧ୍ୟାରେ ପରିବେଶଣ କରାଯାଉଥିଲା କିନ୍ତୁ ଏବେ ଦିନରେ କାହିଁକି ? କିନ୍ତୁ ପ୍ରଥମେ ଜାଣିବା ବଜେଟ ଶଦ୍ଦର ଆକ୍ଷରିକ ଅର୍ଥ ସମ୍ଫର୍କରେ କିଛି ତଥ୍ୟ କାହିଁକି ବଜେଟ ଶଦ୍ଦ ବ୍ୟବହାର କରାଯାଏ
ବଜେଟ୍ ଇତିହାସ ବହୁ ପୁରୁଣା । ଭାରତରେ ବଜେଟ୍ ସହିତ ଜଡିତ ରହିଛି ଅନେକ କାହାଣୀ । ଯାହା ଆଜି ବି ଚିର ସ୍ମରଣୀୟ । କାରଣ ୧୯୯୧ର ସେହି ବଜେଟ୍ ଯାହା ଆଜି ବି ଲିପିବଦ୍ଧ । ମନମୋହନ ସିଂହଙ୍କ ସେହି ବଜେଟ୍ ଯାହା ଟ୍ରାକ୍କୁ ଆଣିଥିଲା ଭାରତର ଅର୍ଥନୀତି ।
ଅର୍ଥନୀତିର ବିନ୍ଧାଣୀ ତଥା ସେବେ ଅର୍ଥମନ୍ତ୍ରୀ ଥିବା ମନମୋହନ ସିଂହ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପିବି ନରସିଂହ୍ମା ରାଓଙ୍କ ନିଷ୍ପତ୍ତି ଏମିତି ଥିଲା ଯାହା ଦେଶର ଅର୍ଥନୀତିକୁ ବଦଳାଇ ଦେଇଥିଲା । ଆଜ୍ଞା ହଁ ଆମେ କହୁଛୁ ସେହି ବଜେଟ୍ ବିଷୟରେ ଯାହା ଦେଶର ଆର୍ଥିକ ଅବସ୍ଥା ଏବଂ ଦିଗ ଉଭୟକୁ ଦେଇଥିଲା ବଦଳାଇ । ଏହା ବି ଚର୍ଚ୍ଚା ହୁଏ କି, ଯଦି ଏହି ବଜେଟ୍ ଉପସ୍ଥାପନ ହୋଇନଥାନ୍ତା, ତେବେ ହୁଏତ ଆଜି ଆମ ଦେଶର ଅବସ୍ଥା ବର୍ତ୍ତମାନର ପାକିସ୍ତାନ ପରି ହୋଇଥାନ୍ତା । ଟ୍ରାକ୍ ବଦଳାଇଥିଲା ଦେଶର ଅର୍ଥନୀତି ।
ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ଓ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓ ଉପସ୍ଥାପନ କରିଥିଲେ ଯୁଗାନ୍ତକାରୀ ବଜେଟ୍ । ସେ ନାହାଁନ୍ତି ସତ କିନ୍ତୁ ବଜେଟ୍ ପ୍ରସଙ୍ଗ ଯେବେ ବି ଉଠେ ଧେ ଓ ପ୍ରେରଣା ପରି ମନେ ପକାଯିବ । ୧୯୯୧ ମସିହାରେ ଦେଶର ଅର୍ଥନୀତି ସେତେ ସୁଦୃଢ ନଥିଲା । ସ୍ୱଳ୍ପ ଅର୍ଥକୁ ନେଇ ଦେଶ ଚଳାଇବା ଥିଲା କଷ୍ଟକର । ମନମୋହନ ସିଂହ ଓ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କ ନିଷ୍ପତ୍ତି ଦେଶର ଆର୍ଥିକ ସ୍ଥିତି ବଦଳାଇଦେଇଥିଲା । ଆଉ ଏହି ଯୁଗାନ୍ତକାରୀ ପଦକ୍ଷେପ ବଳରେ ସ୍ଥିତି ବଦଳିଥିଲା ।
ଏବେ ଆସନ୍ତୁ ଜାଣିବା ପୁର୍ବରୁ ବଜେଟ ସନ୍ଧ୍ୟାରେ ହେଉଥିଲା ଏବେ ଦିନରେ କାହିଁକି ?
ବ୍ରିଟିଶ ଶାସନ ସମୟରେ ବଜେଟ ଆରମ୍ଭ ହୋଇଥିଲା , ସେହି ସମୟରେ ବଜେଟ ଉପସ୍ଥାପନ କରାଯିବାର କିଛି ନିଦ୍ଧିଷ୍ଟ ସମୟ ସୀମା ଧାର୍ୟ୍ୟ କରାଯାଇନଥିଲା ତେଣୁ ସେହି ସମୟ ଭିତରେ ସନ୍ଧ୍ୟାରେ ପରିବେଶଣ କରାଯାଉଥିଲା ସେହି ସମୟ ମଧ୍ୟରେ କୌଣସି ସମୟ ସୀମା ନିର୍ଧାରଣ କରାଯାଉନଥିଲା କିନ୍ତୁ ଶାସନ କ୍ଷମତା ଆସିବା ପରେ ଯେତେବେଳେ ଇଂରେଜ ଶାସନ ସମୟରେ ସାସନ ଆରମ୍ଭ ହୋଇଥିଲା ସେହି ସମୟରେ ନିର୍ଧାରିତ ସମୟ ସନ୍ଧ୍ୟାରେ ରଖାଯାଇଥିଲା କିନ୍ତୁ ପରେ ତାହା ପରିବର୍ତ୍ତନ ହେବା ପରେ ଦିନ 11ଟାରେ ବଜେଟ କୁ ଉପସ୍ଥାପନା କରାଯାଇଛି
ଏହା ପଛର କାରଣ ହେଉଛି ସାରା ରାତି ବଜେଟ୍ ଉପରେ କାମ କରୁଥିବା ଅଧିକାରୀମାନେ ଟିକେ ବିଶ୍ରାମ ନେଇପାରିବେ । ଏହାର ଦ୍ୱିତୀୟ କାରଣ ହେଉଛି ଯେତେବେଳେ ଭାରତରେ ସନ୍ଧ୍ୟା ୫ଟା ଥିଲା, ବ୍ରିଟେନର ରାଜଧାନୀ ଲଣ୍ଡନରେ ସକାଳ ୧୧.୩୦ ସମୟ ଥିଲା । ଆଉ ଏକ ବିଶେଷ କଥା ହେଉଛି ଯେ ୧୯୫୫ ପର୍ଯ୍ୟନ୍ତ ବଜେଟ୍ କେବଳ ଇଂରାଜୀରେ ଉପସ୍ଥାପିତ ହେଉଥିଲା । କିନ୍ତୁ ଏହା ପରେ ହିନ୍ଦୀ ଏବଂ ଇଂରାଜୀ ଉଭୟ ଭାଷାରେ ଉପସ୍ଥାପିତ ହେଲା ବଜେଟ୍ ।