Mohan Charan Majhi Photograph: (KaNak News)
କନକ ବ୍ୟୁରୋ : ରାଜ୍ୟ ବଜେଟରେ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ବ୍ୟୟ ବରାଦ କରାଯାଇଥିବାରୁ ବିଭିନ୍ନ ଜିଲ୍ଲାର ଅଧିବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଉଛନ୍ତି । ଏହି କ୍ରମରେ ଝାରସୁଗୁଡାରେ ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଝାରସୁଗୁଡ଼ାବାସୀ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ କୃତଜ୍ଞତା ଜଣାଇଛନ୍ତି ।
ଅଧିକ ପଢନ୍ତୁ : ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଓସିଏ କର୍ମକର୍ତ୍ତା
ସେହିପରି ପିପିଲିବାସୀଙ୍କ ଦୀର୍ଘ ଦିନର ଦାବିକୁ ରକ୍ଷା କରି ଚାନ୍ଦୁଆ ବୁଣାକାରଙ୍କ ବିକାଶ ପାଇଁ ହୋଇଥିବା ନିଷ୍ପତ୍ତିକୁ ପ୍ରଶଂସା କରାଯାଇଛି । ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ପିପିଲି ଚାନ୍ଦୁଆ କାରିଗର, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଏକ ଇଂଜିନିୟରିଂ କଲେଜ, କୃଷି ମହାବିଦ୍ୟାଳୟ, ଡେଣ୍ଟାଲ କଲେଜ, ଆଇଟି ପାର୍କ ପ୍ରତିଷ୍ଠା ଭଳି ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ବଲାଙ୍ଗୀର ଜିଲ୍ଲାର ବୁଦ୍ଧିଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Follow Us