କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । ଏଥିରେ କେନ୍ଦ୍ରୀୟ ଯାଂଚ ଏଜେନ୍ସି ବା ସିବିଆଇକୁ ୧,୦୭୧,୦୫ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଅର୍ଥାତ ୨୦୨୪-୨୫ ବଜେଟରେ ସବିଆଇ ପାଇଁ ୯୫୧,୪୬ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା । ପରେ ଏହାକୁ ସଂଶୋଧନ କରି ୯୮୬,୯୩ କୋଟି ଟଙ୍କା କରାଯାଇଥିଲା । 

Advertisment

ବଜେଟ ଦସ୍ତାବିଜ୍ ମୁତାବକ ସିବିଆଇ ଏହି ଅର୍ଥକୁ ଭିତ୍ତିଭୂମି ବିକାଶ ଓ ଅନ୍ୟ ଆବଶ୍ୟକତା ପୁରଣ ପାଇଁ ଖର୍ଚ୍ଚ କରିବ । ସରକାର ସ୍ପଷ୍ଟ କରିଛନ୍ତି କି, ଏହି ଅର୍ଥରାଶି ଏଜେନ୍ସିକୁ ଲୋକସେବକ, ବ୍ୟକ୍ତିଗତ, କମ୍ପାନୀ ଏବଂ ଅନ୍ୟାନ୍ୟ ଗମ୍ଭୀର ମାମଲାର ତଦନ୍ତ ଓ ଅଭିଯୋଗରେ ସାହାଯ୍ୟ କରିବା ପାଇଁ ବିନିଯୋଗ କରାଯିବ । 

ସିବିଆଇର ବଜେଟ୍ ବୃଦ୍ଧି ସହିତ ଏଜେନ୍ସିର କାର୍ଯ୍ୟକ୍ଷମତା ବଢାଇବା ପାଇଁ କେତକ ସକରାତ୍ମକ ପଦକ୍ଷେପ ଉଠାଯାଇଛି । ଭୂମି କ୍ରୟ, କାର୍ଯ୍ୟାଳୟ ଏବଂ ଆବାସିକ ଭବନଗୁଡିର ନିର୍ମାଣ ସିବିଆଇ ଅଧିକାରୀଙ୍କ ପାଇଁ ଉତ୍ତମ କାର୍ଯ୍ୟ ପରିବେଶ ସୁରକ୍ଷିତ କରିବ । ଯାହା ସେମାନଙ୍କ କାର୍ଯ୍ୟଦକ୍ଷତାର ସୁଧାର କରିପାରିବ ।