କନକ ବ୍ୟୁରୋ: ବଜେଟରେ ବଡ଼ ଘୋଷଣା । ଆସନ୍ତା ସପ୍ତାହରେ ଆସିବ ନୂଆ ଆୟକର ଆଇନ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣ ରଖିବା ସମୟରେ ଏକ ବଡ଼ ଘୋଷଣା କରିଛନ୍ତି । ସୂଚନା ମୁତାବକ, ଆସନ୍ତା ସପ୍ତାହରେ ଆସିବ ନୂଆ ଆୟକର ଆଇନ୍ । ମିଳିଥିବା ସୂଚନା ମୁତାବକ, ନୂଆ ଆୟକର ଆଇନରେ ନିୟମ ସରଳ ଭାଷାରେ ଲେଖାଯିବା ସହିତ ସାଧାରଣ ଲୋକମାନେ ଯେଭଳି ଏହାକୁ ବୁଝିପାରିବେ, ସେନେଇ ବ୍ୟବସ୍ଥା କରାଯିବ । ଏହାସହ ଅନାବଶ୍ୟକ ଏବଂ ଅପ୍ରଚଳିତ ନିୟମକୁ ହଟାଯିବ । ଏହାସହ କର ବିବାଦକୁ ମଧ୍ୟ କମ କରାଯିବ । ଏଥିପାଇଁ ପାଖାପାଖି ୬୫୦୦ ମତାମତ ଗ୍ରହଣ କରାଯାଇଛି ବୋଲି ସୂଚନା ରହିଛି ।
ସେପଟେ ବଜେଟରେ ବିହାର ପାଇଁ ବଡ଼ ଘୋଷଣା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟରେ, ବିହାର ରାଜ୍ୟ ପାଇଁ କିଛି ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ଚାହିଦାକୁ ପୂରଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ବିହାରରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ସୁବିଧା ପ୍ରଦାନ କରାଯିବ । ଏହାସହ ପାଟନା ବିମାନ ବନ୍ଦରର ମଧ୍ୟ କ୍ଷମତାକୁ ବଢାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାଟନା ଆଇଆଇଟିର ସିଟ୍ ସଂଖ୍ୟାରେ ବୃଦ୍ଧି କରାଯିବ । ଆଉ ସେଠାରେ ଥିବା ହଷ୍ଟେଲ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ । ଖାଲି ସେତିକି ନୁହେଁ, ପାଟନା ଆଇଆଇଟିରେ ଏବଂ ସଂରଚନାକୁ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।