ରାଜ୍ୟରେ ରେକର୍ଡ ଭାଙ୍ଗିଲା ତାତି ; ୧୩ ସହରରେ ୪୦ ଟପିଲା ପାରଦ

ମାର୍ଚ୍ଚ ଅଧାରୁ ରେକର୍ଡ କଲାଣି ତାତି। ୪୨.୫ ଡିଗ୍ରୀ ସହ ବୌଦ୍ଧ ପାଲଟିଲା ଦେଶର ସବୁଠୁ ତତଲା ସହର । ୧୩ଟି ସହରରେ ୪୦ ଡିଗ୍ରୀ ଟପିଲା ପାରଦ।  ଆହୁରି ୨ ଦିନ ଅସହ୍ୟ ଝାଞ୍ଜି । 

Odisha heatwave

Odisha heatwave Photograph: (KanakNews)

କନକ ବ୍ୟୁରୋ: ରେକର୍ଡ ଭାଙ୍ଗୁଛି ତାତି । ମାର୍ଚ୍ଚ ଅଧାରୁ ସାରା ରାଜ୍ୟରେ ନିଆଁ ବର୍ଷା । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଆଜି ପ୍ରବଳ ତାତି ଓ ଖରା ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି  । ଏହି ୩ ଜିଲ୍ଲାରେ ନିଆଁ ବର୍ଷିବ । ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଏହାସହ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଅନ୍ୟ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଛି। ଏହି ଜିଲ୍ଳାଗୁଡ଼ିକ ହେଲା ଅନୁଗୁଳ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧ । ସେହିପରି ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କେନ୍ଦୁଝର, କଯକ, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  

ବୌଦ୍ଧ ପାଲଟିଛି ସବୁଠୁ ଉତ୍ତପ୍ତ । ଶନିବାର ବୌଦ୍ଧ ପାଲଟିଥିଲା ଦେଶର ସବୁଠୁ ଉତପ୍ତ ସହର। ଗତକାଲି ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିଲା । ଚଳିତବର୍ଷ ପ୍ରଥମ ଥର ପାଇଁ ୪୨ ଡିଗ୍ରୀ ଛୁଇଁଛି ପାରଦ । ଗତକାଲି ୪୨.୫ ଡିଗ୍ରୀ ସହ ବୌଦ୍ଧ, ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା  । ସେହିପରି ସମ୍ବଲପୁରରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୧.୮, ଅନୁଗୁଳରେ ୪୧.୭, ବଲାଙ୍ଗୀରରେ ୪୧.୫, ସୋନପୁରରେ ୪୧.୨, ଟିଟିଲାଗଡ଼ରେ ୪୧ ଡିଗ୍ରୀ ରହିଥିଲା ତାପମାତ୍ରା । ସୁନ୍ଦରଗଡ଼, ଢେଙ୍କାନାଳ, ରାଉରକେଲା, ହୀରାକୁଦ, ବାରିପଦା ଏବଂ ଭବାନୀପାଟଣାରେ ୪୦ ଡିଗ୍ରୀ ଉପରେ ଥିଲା ପାରଦ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe