ହୋମଗାର୍ଡ ଚାକିରି ପାଇଁ ଆବେଦନ କରୁଛନ୍ତି ବିଟେକ୍ ଛାତ୍ର ; ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟାର ବିକଳ ଚିତ୍ର

ରାଜ୍ୟରେ ବେକାରୀ ସ୍ଥିତି ଉତ୍କଟ  । ଉଚ୍ଚଶିକ୍ଷା ପରେ ବି ମିଳୁନି ନିଯୁକ୍ତି । ୯୨ ହୋମଗାର୍ଡ ପୋଷ୍ଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ । ଆଶାୟୀଙ୍କ ମଧ୍ୟରେ ବିଟେକ୍, ଏମସିଏ ଡିଗ୍ରୀଧାରୀ । ସିଭିଲ ଇଞ୍ଜିନିୟରିଂ ପାଠପଢ଼ି ବି କରିଛନ୍ତି ଆବେଦନ । 

ଓଡିଶା ++

ଓଡିଶା ++ Photograph: (କନକ ବ୍ୟୁରୋ)

କନକ ବ୍ୟୁରୋ: ରାଜ୍ୟରେ ବଢ଼ି ବଢ଼ି ଚାଲିଛି ଉଚ୍ଚ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ।  ହୋମଗାର୍ଡ ପଦବୀ ପାଇଁ ଆବେଦନ କରିଛନ୍ତି ବହୁ ଉଚ୍ଚ ଶିକ୍ଷିତ ପିଲା । ସୁନ୍ଦରଗଡ଼ ଜିଲ୍ଲା ହୋମଗାର୍ଡ କାର୍ୟ୍ୟାଳୟ ଆଗରେ ଦେଖିବାକୁ ମିଳିଛି ଆବେଦନକାରୀଙ୍କ ଲମ୍ବା ଧାଡ଼ି । ଏମାନଙ୍କ ମଧ୍ୟରେ ଅଛନ୍ତି ବହୁ ବିଟେକ୍ ଓ ଏମସିଏ ପିଲା । ୯୨ଟି ହୋମଗାର୍ଡ ପଦବୀ ଥିବା ବେଳେ ଏଥପାଇଁ ଆବେଦନ କରିଛନ୍ତି ୭୦ରୁ ୮୦ ପ୍ରତିଶତ ଉଚ୍ଚଶିକ୍ଷିତ । ଆଜି ମଧ୍ୟ ପିଲାଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଆବେଦନ ପାଇଁ ଆହୁରି ଦୁଇ ଦିନ ସମୟ ଥିବାରୁ ଆବେଦନକାରୀଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି । ତେବେ ଏହି ଦୃଶ୍ୟ ରାଜ୍ୟର ଉଚ୍ଚ ଶିକ୍ଷିତ ବେକାରୀଙ୍କ ବିକଳ ଚିତ୍ରକୁ ପଦାରେ ପକାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe