କନକ ବ୍ୟୁରୋ: ମହଙ୍ଗା ଯୁଗରେ ଶସ୍ତା ପ୍ଲାନ । ବିଏସଏନଏଲ ଗ୍ରାହକଙ୍କ ପାଇଁ ନେଇ ଆସିଛି ସବୁଠାରୁ ଶସ୍ତା ରିଚାର୍ଜ ଅଫର । ମାତ୍ର ୧୯୯ ଟଙ୍କାରେ ଗୋଟିଏ ମାସ ଆପଣ ପାଇପାରିବେ ସବୁ କିଛି । ଏମିତି କି ଅନଲିମିଟେଡ୍ କଲ୍, ୧୦୦ ମେସେଜ ଆଉ ଦିନକୁ ୨ ଜିବି ଡାଟା । ଯେଉଁଠି ଘରୋଇ ଟେଲିକମ କମ୍ପାନିଗୁଡ଼ିକ ନିଜ ରିଚାର୍ଜ ପ୍ଲାନରେ ବୃଦ୍ଧି କରୁଛନ୍ତି, ସେଠି ସରକାରୀ କମ୍ପାନି ବିଏସଏନଏଲ ପୁଣି ପ୍ରତିଯୋଗୀତାକୁ ଫେରିବାକୁ ପ୍ରୟାସ କରିଛି । ଆଉ ଗ୍ରାହକଙ୍କୁ ଭେଟି ଦେଇଛି ସବୁଠାରୁ ଶସ୍ତା ମାସିକିଆ ପ୍ଲାନ୍ । 

Advertisment

ଯଦିଓ, ୧୯୯ ଟଙ୍କାରୁ କମ୍ ଅନ୍ୟ ବିଏସଏନଏଲର ରିଚାର୍ଜ ପ୍ଲାନ ରହିଛି କିନ୍ତୁ ସେଗୁଡ଼ିକ ୧୯୯ ଟଙ୍କାରେ ମିଳୁଥିବା ଫାଇଦା ନାହିଁ । ଯେମିତି କି ୧୯୭ ଟଙ୍କା ରିଚାର୍ଜ ପ୍ଲାନରେ ଦୈନିକ ଡାଟା ଓ ଅନଲିମିଟେଡ୍ କଲ୍ କେବଳ ୧୭ ଦିନ ପାଇଁ ସୀମିତ ଅଛି । ଯଦି ଆପଣ ଗୋଟିଏ ମାସ ପାଇଁ ହାଇସ୍ପିଡ୍ ଡାଟା ଓ ଅନଲିମିଟେଡ୍ ଡାଟା ଚାହୁଛନ୍ତି ତେବେ ୧୯୯ ଟଙ୍କା ପ୍ଲାନ ହିଁ ସବୁଠାରୁ ଉପଯୁକ୍ତ ।

ଟେଲିକମ୍ ଜଗତରେ ଜିଓର ପ୍ରବେଶ ପରେ ପଛରେ ପଡ଼ିଯାଇଥିଲା ବିଏସଏନଏଲ । ସବୁ ଟେଲିକମ୍ କମ୍ପାନିଙ୍କୁ ଟପି ଗ୍ରାହକଙ୍କ ପ୍ରିୟ ହୋଇପାରିଥିଲା ଜିଓ । କହିବାକୁ ଗଲେ ଜିଓ ଟେଲିକମ ଜଗତରେ ବିପ୍ଲବ ସୃଷ୍ଟି କରିଥିଲା । ଯେଉଁଠି କେହି ତାକୁ ଟକ୍କର ଦେଇପାରିନଥିଲେ । ହେଲେ ଏବେ ଜିଓର ମହଙ୍ଗା ପ୍ଲାନ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଉ ଏଭଳି ସ୍ଥିତିରେ ପୁଣି ଟ୍ରାକକୁ ଫେରିବାକୁ ଚେଷ୍ଟା କରୁଛି ବିଏସଏନଏଲ । ଆଉ ସମୟର ସୁଯୋଗ ନେଇ ଶସ୍ତା ପ୍ଲାନ ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । 

ବର୍ତ୍ତମାନ ଦେଖିବାକୁ ଗଲେ ବିଏସଏନଏଲ ଦେଉଥିବା ୧୯୯ର ରିଚାର୍ଜ ପ୍ଲାନ ଅନ୍ୟ କମ୍ପାନିର ରିଚାର୍ଜ ପ୍ଲାନଠାରୁ ସବୁଠାରୁ ଶସ୍ତା । ଜିଓ ୨୩୯ ଟଙ୍କା, ଏୟାରଟେଲ ୨୬୫, ଭୋଡାଫୋନ ଆଇଡିଆ ୨୫୯ ଟଙ୍କାରେ ଗୋଟିଏ ମାସରେ ଯେଉଁ ସୁବିଧା ପ୍ରଦାନ କରୁଛନ୍ତି । ବିଏସଏନଏଲ ବର୍ତ୍ତମାନ ୧୯୯ ଟଙ୍କାରେ ସେହି ସୁବିଧା ପ୍ରଦାନ କରୁଛି । ତେବେ ବିଏସଏନଏଲର ଏହି ରିଚାର୍ଜ ପ୍ଲାନ ନିହାତି ଗ୍ରାହକଙ୍କୁ ପ୍ରଭାବିତ କରିବ ।