କନକ ବ୍ୟୁରୋ: BSNL ତାର ୟୁଜର୍ସଙ୍କ ପାଇଁ ଆଣିଛି ଏକ ନୂଆ ସର୍ଭିସ୍ । ସାରା ଦେଶରେ ଇଣ୍ଟିଗ୍ରେଟେଡ ଫ୍ରି ଟେଲିଭିଜନ ସେବା ଆରମ୍ଭ କରିଛି । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗିଲେ ବି କଥଟି ସତ । ଏହି ସର୍ଭିସ ମାଧ୍ୟମରେ ୟୁଜର୍ସମାନେ ଏଚ୍ଡି ଚ୍ୟାନେଲ୍ ଦେଖିବାର ସୁଯୋଗ ପାଇବେ । ଯାହାଦ୍ବାରା କ୍ରିକେଟ୍ଠାରୁ ଆରମ୍ଭ କରି କାର୍ଟୁନ ଓ ଏଣ୍ଟରଟେନମେଣ୍ଟ୍ ଚ୍ୟାନେଲ୍ ମୋବାଇଲ୍ରେ ଦେଖି ପାରିବେ ୟୁଜର୍ସ । ଖାଲି ସେତିକି ନୁହେଁ, ବିଏସ୍ଏନ୍ଏଲ୍ ୟୁଜର୍ସମାନଙ୍କୁ ୧୮ଟି ପ୍ରିମିୟମ ଓଟିଟି ପ୍ଲାଟଫର୍ମର ସୁବିଧା ବି ମିଳିବ ।
ଇଣ୍ଟିଗ୍ରେଟେଡ୍ ଫ୍ରି ଟେଲିଭିଜନ ସେବା ମାଧ୍ୟମରେ ଈଝଘଖ ୟୁଜର୍ସ ୫୫୦ ଲାଇଭ ଏସ୍ଡି ଓ ଏଚ୍ଡି ଚ୍ୟାନେଲ୍ର ଆକ୍ସେସ ପାଇବେ । ସେହିଭଳି ୧୮ଟି ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ ଟ୍ରେଣ୍ଡିଂ ୱେବ୍ ସିରିଜ୍ । ଏଠାରେ ୟୁଜର୍ସଙ୍କ ମନରେ ଏକ ପ୍ରଶ୍ନ ଆସୁଥିବ ନିଶ୍ଚୟ, ବିଏସଏନଏଲ ନେଟ୍ୱାର୍କରେ ଏହା କିଭଳି ସମ୍ଭବ ? ତେବେ ଉତ୍ତର ହେଉଛି ତାର ଟେକ୍ନୋଲୋଜୀ ପାର୍ଟନର ସ୍କାଇପ୍ରୋ ଏବଂ ଓଟିଟି ପ୍ରୋଭାଇଡର ପ୍ଲେବକ୍ସ ସହିତ ମିଳିତ ଭାବରେ ଏହି ସର୍ଭିସର୍ ଶୁଭାରମ୍ଭ କରିଛି । ସବୁଠାରୁ ବଡ଼ କଥା ହେଉଛି ମାତ୍ର ଗୋଟିଏ ସବ୍ସ୍କ୍ରିପ୍ସନ୍ରେ ଏହି ସବୁ ସୁବିଧା ପାଇ ପାରିବେ ଈଝଘଖ ୟୁଜର୍ସ ।
ବିଏସ୍ଏନ୍ଏଲ୍ର ଏହି ବଡ଼ ଘୋଷଣା ଫଳରେ ୪୦ ଲକ୍ଷ ୟୁଜର୍ସଙ୍କୁ ଫାଇଦା ମିଳିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ବିଏସ୍ଏନ୍ଏଲ୍ ଗୋଟିଏ ସବ୍ସ୍କ୍ରିପ୍ସନ୍ରେ ଅନ୍ଲିମିଟେଡ୍ ଏଣ୍ଟରଟେନମେଣ୍ଟ୍ ପ୍ରଦାନ କରିବ । ଡିମାଣ୍ଡ୍ରେ ଥିବା ଓଟିଟି କଣ୍ଟେଣ୍ଟ୍ ମଧ୍ୟ ଦେଖିବାକୁ ପାଇବେ ବିଏସ୍ଏନ୍ଏଲ୍ ୟୁଜର୍ସ ।
ବିଏସ୍ଏନ୍ଏଲ୍ର ଏହି ସର୍ଭିସ ପାଇଁ ସ୍କାଇପ୍ରୋ ଟେକ୍ନୋଲୋଜୀ ସହାୟତା ଯୋଗାଇ ଦେବ । ସେହିଭଳି ପ୍ଲେବକ୍ସ ଟିଭି କଣ୍ଟେଣ୍ଟ୍ କ୍ୟୁରେଟ୍ କରିବ । ଫଳରେ ମୋବାଇଲ ହେଉ କି ଟିଭି ଗୋଟିଏ ଆପ୍ରେ ଏଣ୍ଟରଟେନ୍ମେଣ୍ଟ୍ର ଖୋରାକ ପାଇବେ ୟୁଜର୍ସ ।
ବର୍ତ୍ତମାନ ମାର୍କେଟ୍ରେ ଟେଲିକମ କମ୍ପାନୀଗୁଡ଼ିକ ମଧ୍ୟରେ ଭଏସ ଓ ଡାଟା ରିଚାର୍ଜକୁ ନେଇ ଏକ ପ୍ରତି ଯୋଗିତା ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାରେ କେଉଁଠି ନା କେଉଁଠି ପଛରେ ପଡ଼ି ଯାଉଛି ବିଏସ୍ଏନ୍ଏଲ୍ । ଫଳର ୟୁଜର୍ସ ମଧ୍ୟ ବିଏସ୍ଏନ୍ଏଲ୍ ସିମ୍ ବ୍ୟବହାର କରିବାକୁ ମନ ବଳାଉ ନାହାନ୍ତି । ଏଭଳି ସ୍ଥିତି ଗ୍ରାକକଙ୍କୁ ଯୋଡ଼ି ରଖିବାକୁ ମନଲୋଭା ଅଫର୍ ଘୋଷଣା କରିଛି ବିଏସ୍ଏନ୍ଏଲ୍ । ଏହି କ୍ରମରେ ବିଏସ୍ଏନ୍ଏଲ୍ ସାରା ଦେଶରେ ୪ଜି କନେକ୍ଟିଭିଟି ଲଞ୍ଚ୍ କରିବାକୁ ଯୋଜନା କରୁଛି । ଏହାଛଡ଼ା ବ୍ରଡବ୍ୟାଣ୍ଡ୍ ୟୁଜର୍ସଙ୍କ ପାଇଁ ଅନେକ ଆକର୍ଷଣୀୟ ପ୍ଲାନ୍ ଲଞ୍ଚ୍ ହେଉଛି । ଯାହାଫଳରେ ଶସ୍ତାରେ ୟୁଜର୍ସଙ୍କୁ ଅନେକ ସୁବିଧା । ନିକଟରେ ଭଏସ ଟାରିଫ୍ ପ୍ଲାନ ଶସ୍ତା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଟ୍ରାଇ । ବିଏସ୍ଏନ୍ଏଲ୍ ମଧ୍ୟ ତାର ଭଏସ୍ ଟାରିଫ୍ ପ୍ଲାନ୍ ଦାମ କମ୍ କରିଥିଲା ।