କନକ ବ୍ୟୁରୋ: ଏବେ ଭାରତୀୟ ଟେଲିକମ୍‌ ମାର୍କେଟ୍‌ରେ ଜିଓ, ଏୟାରଟେଲ୍‌ ରାଜ୍ କରୁଥିବା ବେଳେ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି BSNL । ବିଳମ୍ବରେ 4ଜି ଲଞ୍ଚ୍‌ କରିଥିଲା BSNL, କିନ୍ତୁ ଏବେ ଖୁବଶୀଘ୍ର 5ଜି ଲଞ୍ଚ୍‌ କରିବାକୁ ଯାଉଛି । କୁହାଯାଉଛି ଚଳିତ ବର୍ଷ ଜୁନ୍‌ ମାସ ସୁଦ୍ଧା ୟୁଜର୍ସଙ୍କୁ 5ଜି ସେବା ଯୋଗାଇଦେବ । ଏହାକୁ ନେଇ ଖୋଦ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘୋଷଣା କରିଥିଲେ । ଏଣୁ ଏବେଠାରୁ ଗ୍ରାହକଙ୍କୁ ଆକୃଷ୍ଟ  କରିବାକୁ ନୂଆନୂଆ ରିଚାର୍ଜ ପ୍ଲାନ୍‌ ଲଞ୍ଚ୍ କରୁଛି ବିଏସ୍‌ଏନ୍ଏଲ୍‌ । ଏହି ପ୍ଲାନ୍ ବିଷୟରେ ଜାଣିଲେ ୟୁଜର୍ସଙ୍କୁ ଜବରଦସ୍ତ ଫାଇଦା ମିଳିବ ।

Advertisment

ଏବେ ଅନ୍ୟ ଟେଲିକମ୍ କମ୍ପାନି ସହ ତୁଳନା କଲେ ବିଏସ୍‌ଏନ୍ଏଲ୍‌ ସବୁଠାରୁ ଶସ୍ତାରେ ରିଚାର୍ଜ ପ୍ଲାନ୍‌ ଯୋଗାଇ ଦେଉଛି । ଏବେ ୟୁଜର୍ସଙ୍କୁ ଆହୁରି ନୂଆନୂଆ ରିଚାର୍ଜ  ବିକଳ୍ପ ଯୋଗାଇ ଦେବାକୁ ଚାହୁଁଛି ଏହି ସରକାରୀ ଟେଲିକମ୍ କମ୍ପାନି । ଏଣୁ ଏବେ ଲଞ୍ଚ୍‌ କରିଛି ୩୯୯ ଟଙ୍କିଆ ପ୍ଲାନ୍‌ । ଏହି ରିଚାର୍ଜ ପ୍ଲାନ୍‌ରେ ମାସିକ ୭୦ ଜିବି ଡାଟା ପାଇବେ ୟୁଜର୍ସ । କିନ୍ତୁ ଏହାକୁ ରୋଲ୍ଓଭର୍‌ କଲେ ୟୁଜର୍ସଙ୍କୁ ଏହି ପ୍ଲାନ୍‌ରେ ୨୧୦ ଜିବି ପର୍ଯ୍ୟନ୍ତ ଡାଟା ମିଳିପାରିବ । ଏହି ପ୍ଲାନ୍‌ର ଖାସ୍‌ କଥା ହେଉଛି, ଏହି ପ୍ଲାନ୍‌ରେ ୟୁଜର୍ସଙ୍କୁ ଦିନକୁ ମାତ୍ର ୧୩ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଘରୋଇ ଟେଲିକମ୍‌ କମ୍ପାନିଗୁଡ଼ିକ ଦେଇପାରୁନଥିବା ସୁବିଧା ସବୁ ଏହି ପ୍ଲାନ୍‌ରେ ପାଇପାରିବେ ଗ୍ରାହକ । 

ଏଠି ପ୍ରଶ୍ନ ଆସିବା ସ୍ୱାଭାବିକ, ରୋଲ୍‌ଓଭର୍‌ ଅର୍ଥ କଣ ?  ଏହାର ଅର୍ଥ ହେଉଛି ଯଦି ୟୁଜର୍ସ କୌଣସି ମାସରେ ଡାଟା ବ୍ୟବହାର କରୁନାହାନ୍ତି, ତେବେ ଏହା ପର ମାସ ପାଇଁ ବ୍ୟବହାର ଉପଯୋଗୀ ହୋଇପାରିବ । ଖାଲି ସେତିକି ନୁହେଁ, ଏଥିରେ ୟୁଜର୍ସଙ୍କୁ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ମିଳିବ । ଏହା ସହିତ ୟୁଜର୍ସ ପ୍ରତିଦିନ ୧୦୦ ଏସ୍‌ଏମ୍ଏସ୍‌ର ଫାଇଦା ଉଠାଇ ପାରିବେ । ତେବେ ଏହା ଏକ ପୋଷ୍ଟପେଡ୍ ପ୍ଲାନ୍‌ । ଦୀର୍ଘକାଳୀନ ବ୍ୟବହାର ପାଇଁ ଏହି ପ୍ଲାନ୍‌ଗୁଡିକ ସୁଲଭ ସାବ୍ୟସ୍ତ ହୋଇପାରେ । ତେଣୁ ଯଦି ଆପଣ ଶସ୍ତାରେ କୌଣସି ରିଚାର୍ଜ ପ୍ଲାନ୍ ଖୋଜୁଥିବେ ତେବେ ବିଏସ୍‌ଏନ୍‌ଏଲ୍‌ର ଏହି ଅଫର୍ ଉପରେ ଧ୍ୟାନ ଦେଇ ପାରିବେ ।

ଶସ୍ତା ରିଚାର୍ଜ ବିକଳ୍ପଗୁଡ଼ିକ ସନ୍ଧାନରେ ବର୍ତ୍ତମାନ ଅଧିକ ସଂଖ୍ୟକ ଉପଭୋକ୍ତା BSNL ପ୍ରତି ଆକର୍ଷିତ ହେଉଛନ୍ତି । BSNL ମଧ୍ୟ ନିଜର ନେଟ୍‌ୱାର୍କ ଓ ରିଚାର୍ଜ ବିକଳ୍ପକୁ ଉନ୍ନତ କରିବାରେ ଲାଗିପଡ଼ିଛି, ଯାହାଦ୍ୱାରା ଅଧିକ ଗ୍ରାହକଙ୍କୁ ଆକର୍ଷିତ କରାଯାଇପାରିବ । ଘରୋଇ କମ୍ପାନିଗୁଡ଼ିକ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରି BSNL କେତେକ ଏମିତି ନୂତନ ପ୍ଲାନ୍‌ ଆଣିଥିବା ବେଳେ ୩୯୯ ଟଙ୍କିଆ ରିଚାର୍ଜ ସେଥିମଧ୍ୟରୁ ଗୋଟିଏ ।