କାମ କରୁନି ଇଣ୍ଟରନେଟ୍; ୯ ଦିନ ହେଲା ଅଚଳ ଡାକଘର

Advertisment

ରାସ୍ତା ପ୍ରଶସ୍ତୀକରଣ ଚାଲିଥିବାରୁ ବିଏସ୍ଏନ୍ଏଲ୍ ତାର ଛିଣ୍ଡି ଯାଇଛି । ବନ୍ଦ ହୋଇଯାଇଛି ଇଣ୍ଟରନେଟ୍ ସେବା । ଅନ୍ୟ ବିକଳ୍ପ ବ୍ୟବସ୍ଥା ନାହିଁ । ଛୋଟଛୋଟ ଡାକଘରେ ବିକଳ୍ପ ବ୍ୟବସ୍ଥା ଥିବା ବେଳେ ଏଠାରେ କାହିଁକି ନାହିଁ ବୋଲି ପ୍ରଶ୍ନ ଉଠିଛି । 

Updated On

ରାସ୍ତା ପ୍ରଶସ୍ତୀକରଣ ଚାଲିଥିବାରୁ ବିଏସ୍ଏନ୍ଏଲ୍ ତାର ଛିଣ୍ଡି ଯାଇଛି । ବନ୍ଦ ହୋଇଯାଇଛି ଇଣ୍ଟରନେଟ୍ ସେବା । ଅନ୍ୟ ବିକଳ୍ପ ବ୍ୟବସ୍ଥା ନାହିଁ । ଛୋଟଛୋଟ ଡାକଘରେ ବିକଳ୍ପ ବ୍ୟବସ୍ଥା ଥିବା ବେଳେ ଏଠାରେ କାହିଁକି ନାହିଁ ବୋଲି ପ୍ରଶ୍ନ ଉଠିଛି । 

ଅଦ୍ୟତନ ହୋଇଛି
POST OFFICE ISSUE

POST OFFICE ISSUE Photograph: (KANAK NEWS)

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପ-ଡାକଘରେ ୯ ଦିନ ହେଲା ଇଣ୍ଟରନେଟ୍ ଲିଙ୍କ୍ ନାହିଁ । ମନି ଅର୍ଡର ସହ ଅଧିକାଂଶ ସେବା ବନ୍ଦ ହୋଇ ରହିଛି । ଟଙ୍କା ଉଠାଇ ହେଉନାହିଁ, କି ଜମା ବି କରି ହେଉନାହିଁ । ରାସ୍ତା ପ୍ରଶସ୍ତୀକରଣ ଚାଲିଥିବାରୁ ବିଏସ୍ଏନ୍ଏଲ୍ ତାର ଛିଣ୍ଡି ଯାଇଛି । ବନ୍ଦ ହୋଇଯାଇଛି ଇଣ୍ଟରନେଟ୍ ସେବା । ଅନ୍ୟ ବିକଳ୍ପ ବ୍ୟବସ୍ଥା ନାହିଁ । ଛୋଟଛୋଟ ଡାକଘରେ ବିକଳ୍ପ ବ୍ୟବସ୍ଥା ଥିବା ବେଳେ ଏଠାରେ କାହିଁକି ନାହିଁ ବୋଲି ପ୍ରଶ୍ନ ଉଠିଛି । 

ଉମରକୋଟ ଉପ-ଡାକଘର ଉପରେ ପ୍ରାୟ ୧୯ଟି ଶାଖା ଡାକଘର ନିର୍ଭର କରନ୍ତି । ଇଣ୍ଟରନେଟ୍ ନଥିବାରୁ ପୂରା ଅଞ୍ଚଳରେ ଡାକସେବା ବାଧାପ୍ରାପ୍ତ ହୋଇଛି । ଉମରକୋଟ ପୋଷ୍ଟମାଷ୍ଟର କହିଛନ୍ତି, ଉମରକୋଟରୁ ପାପଡ଼ାହାଣ୍ଡି ମଧ୍ୟରେ ରାସ୍ତା ପ୍ରଶସ୍ତୀକରଣ ଦୀର୍ଘଦିନ ହେଲା ଚାଲିଛି । ବିଏସ୍ଏନ୍ଏଲ୍ ତାର ଛିଣ୍ଡିଯାଇ ଉପୁଜିଥିବା ଇଣ୍ଟରନେଟ୍ ସମସ୍ୟା ନେଇ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି । 

ବିଏସ୍ଏନ୍ଏଲ୍ ତାର ଛିଣ୍ଡିବା ପାଇଁ ରାସ୍ତା କାମ କରୁଥିବା ସଂସ୍ଥା ଦାୟୀ ନୁହନ୍ତି କି? ବିଏସ୍ଏନ୍ଏଲ୍ ଓ ଡାକ ବିଭାଗ ଚୁପ୍ କାହିଁକି? କାହା ଅବହେଳା ପାଇଁ ଡାକ ଗ୍ରାହକ ଆଉ କେତେଦିନ ହଇରାଣ  ହେବେ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe