କନକ ବ୍ୟୁରୋ:  ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଝାରସୁଗୁଡାରେ ବଡ଼ ପ୍ରସ୍ତୁତି। ମୋଦୀଙ୍କ ସ୍ବାଗତ ପାଇଁ ବିମାନବନ୍ଦର ବାହାରେ ପାରମ୍ପରିକ ନାଚ ଗୀତ ଆରମ୍ଭ ହୋଇଛି। ସକାଳ ୯ଟା ୨୦ରେ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ଓଡ଼ିଶା ଆସିବା ନେଇ ଏକ୍ସରେ ପୋଷ୍ଟ କରି ସୂଚନା ବି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଝାରସୁଗୁଡ଼ା ବିମାନ ବନ୍ଦରରେ ଦିନ ୧୧ଟା ୧୦ରେ ପହଞ୍ଚିବେ। ବିମାନବନ୍ଦରରୁ ଜେଲ ଛକ ଯାଏଁ ୨ କିଲୋମିଟର ରୋଡ ସୋ କରି ପ୍ରଧାନମନ୍ତ୍ରୀ ସିଧାସଳଖ ଅମିଲିପାଲି ପଡିଆ ସଭାସ୍ଥଳରେ ପହଞ୍ଚିବେ । ଦେଢ ଘଣ୍ଟା ଧରି ସଭାସ୍ଥଳରେ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଭାସ୍ଥଳରେ ବି ଜମିଲାଣି ଲୋକଙ୍କ ଭିଡ଼। ନିଜର ଏହି ଗସ୍ତରେ ୫୦ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବେ । 

Advertisment

ଓଡ଼ିଶାକୁ ଭେଟି ଦେବେ ମୋଦୀ 
ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେବେ
ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ
ଭିଡିଓ କନଫରେନ୍ସିଂ ଜରିଆରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ  
ସମ୍ବଲପୁର ସିଟି ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ 
କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣକୁ ଲୋକାର୍ପଣ  
ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ ପ୍ରତିଷ୍ଠାର ଶିଳାନ୍ୟାସ 
ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ଶୁଭାରମ୍ଭ
ରାଜ୍ୟର ୧୩୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୱାଇଫାଇ ସେବା ଉଦଘାଟନ୍ 
ଭୀମ୍‌ସାର ଓ ଏମ୍‌କେସିଜି କଲେଜର ଉନ୍ନତୀକରଣ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନର ଲୋକାର୍ପଣ 
ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରି ପତ୍ର ପ୍ରଦାନ
ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପର ଶିଳାନ୍ୟାସ  
ସାରା ଦେଶରେ ୪ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
 
 ଜାତୀୟ ଯୋଗାଯୋଗ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ପ୍ରାୟ 37,000 କୋଟି ଟଙ୍କା ବ୍ୟୟରେ ନିର୍ମିତ 97,500ରୁ ଅଧିକ ମୋବାଇଲ୍ 4ଜି ଟାୱାରକୁ ଉଦଘାଟନ କରିବେ । ଦୂରବର୍ତ୍ତୀ, ସୀମାନ୍ତ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର 26,700 ରୁ ଅଧିକ ଅପହଞ୍ଚ ଗ୍ରାମକୁ ସଂଯୋଗ ପ୍ରଦାନ କରିବେ ।