କନକ ବ୍ୟୁରୋ : ଗୋଟିଏ ସମୟ ଥିଲା ଯେତେବେଳେ ବାଂଲାଦେଶୀ ଅନୁପ୍ରବେଶକାରୀ ହୁଅନ୍ତୁ ବା ପାକିସ୍ତାନୀ ଅନୁପ୍ରବେଶକାରୀ । ସେମାନେ ଜମ୍ମୁୁ-କାଶ୍ମୀର, ରାଜସ୍ଥାନ କିମ୍ବା ପଞ୍ଜାବ ସୀମା ଦେଇ ଭାରତରେ ଅନୁପ୍ରବେଶ କରିଥାନ୍ତି । ହେଲେ ଅପରେସନ ସିନ୍ଦୂର ପରେ ପାକିସ୍ତାନୀ ଅନୁପ୍ରବେଶକାରୀ ଗୁଜରାଟ ସୀମା ଦେଇ ଭାରତକୁ ପ୍ରବେଶ କରିବାକୁ ସୁରକ୍ଷିତ ମଣିଛନ୍ତି । ଆଜି କିଛି ଅନୁପ୍ରବେଶକାରୀ ଗୁଜରାଟ ସୀମା ଦେଇ ଭାରତ ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ବିଏସଏଫ୍ ଯବାନ ସେମାନଙ୍କୁ ମାରି ଦେଇଛନ୍ତି ।
ବିଏସଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ୨୩ ତାରିଖ ରାତିରେ ବନାସକଣ୍ଠା ଜିଲ୍ଲା, ଭାରତ ପାକିସ୍ତାନ ସୀମା ଜଣେ ପାକିସ୍ତାନୀ ଭାରତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ମାରି ଦିଆଯାଇଛି । ପ୍ରଥମେ ବିଏସଏଫ ଯବାନ ପାକିସ୍ତାନୀ ନାଗରିକଙ୍କୁ ଭାରତ ଭିତରକୁ ନପଶିବାକୁ ସତର୍କ କରାଇଥିଲେ, ହେଲେ ପାକ୍ ନାଗରିକ ଜଣଙ୍କ ନମାନି ଭିତରକୁ ପ୍ରବେଶ କରୁଥିବା ବେଳେ ବିଏସଏଫ ଯବାନ ତାଙ୍କୁ ଗୁଳି କରିଦେଇଥିଲେ ।
କେବଳ ସେତିକି ନୁହେଁ ୮ ତାରିଖ ରାତିରେ ୭ ରୁ ୧୦ ଜଣ ପାକିସ୍ତାନୀ ନାଗରିକ ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲା ଦେଇ ଭାରତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/24/3ferrOC5wq1zMYuhu0pg.jpg)