କନକ ବ୍ୟୁରୋ :  ମାଲକାନଗିରିରେ କୁମ୍ବିଂ ବେଳେ ବିଏସଏଫ୍ ଯବାନଙ୍କୁ ବଡ ସଫଳତା। ଗାମ୍ଫାକୋଣ୍ଡା କେନାଲ ହୁଡା ରୁ ଆଇଡି ଜବତ। ଆଇଡିକୁ ବିସ୍ଫୋରଣ କରି ନଷ୍ଟ କଲେ ବିଏସ୍ଏଫ୍ ଯବାନ । ୧୪୨ ବାଟାଲିୟନ ବଡିଗେଟା ବିଏସଏଫ୍ ଯବାନଙ୍କ କାର୍ୟ୍ୟାନୁଷ୍ଠାନ। ସେନାଙ୍କ ଉଦ୍ଦେଶ୍ୟରେ ଆଇଡି ବିଛାଇଥିଲେ ମାଓବାଦୀ। ହେଲେ ଏହାକୁ ବିସ୍ଫୋରଣ କରି ନଷ୍ଟ କରିଛନ୍ତି ବିଏସଏଫ୍ ଯବାନ।