କନକ ବ୍ୟୁରୋ : ପାକିସ୍ତାନ କବଳରୁ ମୁକୁଳି ସ୍ବଦେଶ ଫେରିଛନ୍ତି ବିଏସଏଫ ଯବାନ ପୂର୍ଣ୍ଣମ କୁମାର ସ’ । ତେବେ କେମିତି କଟିଥିଲା ପାକିସ୍ତାନରେ ଦିନରାତି? କେତେ କଷ୍ଟ ଥିଲା ୨୦ଦିନ ଧରି ପାକିସ୍ତାନ କବଜାରେ ରହିବା? ସେନେଇ ଅଙ୍ଗେନିଭା କଥା ବଖାଣିଛନ୍ତି ଯବାନ । ଏପ୍ରିଲ ୨୩ ତାରିଖରେ ଅଟାରୀ ସୀମାରେ ପାକ୍‌ ରେଞ୍ଜରମାନଙ୍କ ଦ୍ୱାରା ଧରାପଡ଼ିଥିବା ବିଏସଏଫ୍ ଯବାନ ପୂର୍ଣ୍ଣମ ସ’ଙ୍କୁ ପାକିସ୍ତାନ ବୁଧବାର ଭାରତକୁ ହସ୍ତାନ୍ତର କରିଛି । ଅଟାରୀ-ଓ୍ବାଘା ସୀମା ଦେଇ ସେ ଭାରତ ଫେରିଛନ୍ତି । ପୂର୍ଣ୍ଣମ ଭାରତ-ପାକିସ୍ତାନ ସୀମାରେ ଏକ କ୍ଷେତ ନିକଟରେ ଡ୍ୟୁଟିରେ ଥିଲେ। ଭୁଲବଶତଃ ସେ ଭାରତୀୟ ସୀମା ପାର୍ କରି ପାକିସ୍ତାନରେ ପ୍ରବେଶ କରିଥିଲେ । ଯେଉଁଠାରେ ପାକିସ୍ତାନ ରେଞ୍ଜରମାନେ ତାଙ୍କୁ ଅଟକ ରଖିଥିଲେ।

Advertisment

ପାକିସ୍ତାନରେ ପୂର୍ଣ୍ଣମଙ୍କୁ ନିର୍ୟାତନାର କାହାଣୀ

  • ଆଖିରେ ପଟି ବାନ୍ଧି ରଖାଯାଇଥିଲା 
  • ଶୋଇବାକୁ ଦିଆଯାଉନଥିଲା
  • ସୀମାରେ ମୁତୟନ ଭାରତୀୟ ସେନା ବାବଦରେ ତଥ୍ୟ ବାରମ୍ବାର ମଗାଯାଉଥିଲା
  • ଗୁପ୍ତ ଜାଗାରେ ରଖାଯାଇଥିଲା 
  • ବାରମ୍ବାର ସ୍ଥାନ ବଦଳାଯାଉଥିଲା 
  • ଶାରୀରିକ ନିର୍ୟାତନା ଦିଆଯାଇନି, କିନ୍ତୁ ବାରମ୍ବାର ମାନସିକ ନିର୍ୟାତନା ଦିଆଯାଉଥିଲା 
  • ଏପରିକ ଦାନ୍ତଘଷିବାକୁ ଦିଆଯାଉନଥିଲା