କନକ ବ୍ୟୁରୋ: ପ୍ରକାଶ ପାଇଛି ୨୦୨୫ର ମାଟ୍ରିକ ରେଜଲ୍ଟ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ୍ ଉପସ୍ଥିତ ରହି ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମିଛି ପାସ୍ ହାର । ଗତ ବର୍ଷ ମାଟ୍ରିକ ରେଜଲ୍ଟରେ ପାସ୍ ହାର ୯୬.୨୭ ପାସ୍ ହାର ଥିବାବେଳେ ଚଳିତ ବର୍ଷ ପାସ୍ ହାର ରହିଛି ୯୪.୯୩ ପ୍ରତିଶତ।
ତେବେ ସୂଚନା ମୁତାବକ, ଚଳିତ ମାଟ୍ରିକ ରେଜଲ୍ଟରେ ଗଜପତିରେ ପାସ୍ ହାର ସର୍ବାଧିକ ଥିବାବେଳେ କୋରାପୁଟରେ ରହିଛି ସର୍ବନିମ୍ନ । ଜାଣନ୍ତୁ ଆଉ କେଉଁଠି କେତେ?
ତେବେ ଚଳିତ ବର୍ଷ ଫର୍ମ ପୂରଣ କରିଥିଲେ ୫ ଲକ୍ଷ ୧୦ ହଜାର ୭୭୯ ଛାତ୍ରଛାତ୍ରୀ
ପରୀକ୍ଷା ଦେଇଥିଲେ ୫୦ ହଜାର ୨ ହଜାର ୪୧୭
୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ ପାସ୍ କରିଛନ୍ତି
୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି
ଏଥର ପାସ୍ହାର ୯୪.୯୩ ପ୍ରତିଶତ
୧୮୧୨ ଜଣ ପିଲା ରଖିଛନ୍ତି ୯୦ ପ୍ରତିଶତରୁ ଅଧିକ ନମ୍ବର
୨ ଲକ୍ଷ ୪୦ ହଜାର ୨୯୧ ପୁଅ ମାଟ୍ରିକ ପାସ୍
୨ ଲକ୍ଷ ୪୪ ହଜାର ୬୧୨ ଝିଅ ମାଟ୍ରିକ ପାସ୍
୩୨୭୩ ସ୍କୁଲ୍ରେ ଶତ ପ୍ରତିଶତ ରେଜଲ୍ଟ
କୌଣସି ସ୍କୁଲ୍ରେ ହୋଇନି ଶୂନ ପ୍ରତିଶତ ରେଜଲ୍ଟ