ସଉତୁଣୀ ସାଜିଲା ସଇତାନ,  ଗର୍ଭବତୀଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କଲା ସଉତୁଣୀ

କୋରାପୁଟ ବୈପାରୀଗୁଡ଼ାରେ ଗର୍ଭବତୀଙ୍କୁ ନିର୍ମମ ହତ୍ୟା । ଟାଙ୍ଗିଆରେ ହାଣିଲା ସଉତୁଣୀ । ଘଟଣାର ତଦନ୍ତ କରୁଛି ପୋଲିସ ।

ସଉତୁଣୀ ସାଜିଲା ସଇତାନ

ସଉତୁଣୀ ସାଜିଲା ସଇତାନ Photograph: (kanaknews)

କନକ ବ୍ୟୁରୋ: ୪ ମାସର ଗର୍ଭବତୀ ସଉତୁଣୀକୁ ଟାଙ୍ଗିଆରେ ହାଣି ହତ୍ୟା । ଏଭଳି ଏକ ହୃଦୟ ବିଦାରକ ଓ ଜଘନ୍ୟ ହତ୍ୟା ଘଟଣା ଘଟିଛି କୋରାପୁଟ ବୈପାରିଗୁଡା ଥାନା ଅନ୍ତର୍ଗତ ଦୋରାପୁଟ ଗ୍ରାମରେ। ସୂଚନା ଅନୁସାରେ ବିନୋଦ ବାଇକ୍ ୮ ବର୍ଷ ତଳେ ଘୁମର ପଞ୍ଚାୟତର ଥାଟୁଗୁଡା ଗ୍ରାମର ସତ୍ୟବତୀଙ୍କୁ ବିବାହ କରିଥିଲେ । ଉଭୟଙ୍କ ଦୁଇଟି ସନ୍ତାନ ଥିବାବେଳେ କିଛି ବର୍ଷ ପରେ ବିନୋଦ ଦଣ୍ଡାବାଡି ଗ୍ରାମର ବୈଜୟନ୍ତୀଙ୍କୁ ପ୍ରେମ ବିବାହ କରି ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରିଥିଲେ। ପ୍ରଥମ ପତ୍ନୀ ସତ୍ୟବତୀ ଏବଂ ଦ୍ବିତୀୟ ପତ୍ନୀ ବୈଜୟନ୍ତୀଙ୍କ ସହ ମିଶି ତିନିଜଣ ଏକାଠି ରହୁଥିଲେ ।

ଦୁଇ ସଉତୁଣୀଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡା ହେଉଥିଲା । ସ୍ବାମୀ ବିନୋଦ ଘରେ ନଥିବା ବେଳେ ଶୁକ୍ରବାର ଭୋର ସମୟରେ ପ୍ରଥମ ପତ୍ନୀ ସତ୍ୟବତୀ ଶୋଇଥିବା ବେଳେ ଦ୍ବିତୀୟ ପତ୍ନୀ ବୈଜୟନ୍ତୀ ଟାଙ୍ଗିଆରେ ପ୍ରଥମେ ମୁଣ୍ଡରେ ଆକ୍ରମଣ କରିଥିଲା । ପରେ ଗର୍ଭବତୀ ସତ୍ୟବତୀଙ୍କ ପେଟରେ ଗୋଇଠା ମାରି ଜୀବନରେ ମାରି ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡୋଶୀ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ, ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ବୈପାରିଗୁଡା ଥାନାରେ ଏତଲା ପରେ ଦ୍ବିତୀୟ ପତ୍ନୀ ବୈଜୟନ୍ତୀଙ୍କୁ ଗିରଫ କରଛି ପୁଲିସ୍ । ପଚରାଉଚରା ବେଳେ ଅଭିଯୁକ୍ତ ହତ୍ୟା କରିଥିବା ମଧ୍ୟ ସ୍ବୀକାର କରିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe