କେନ୍ଦ୍ରାପଡ଼ାରେ ସୀମା ଟପିଲା ବର୍ବରତା, ମହିଳାଙ୍କୁ ଅର୍ଦ୍ଧନଗ୍ନ କରି ବାଡେଇଲେ..

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କପିଳେଶ୍ବର ସମଲିସାହିରେ ବର୍ବରକାଣ୍ଡ । ଥାନାରେ ଏତଲା ।

ସୀମା ଟପିଲା ବର୍ବରତା

ସୀମା ଟପିଲା ବର୍ବରତା Photograph: (kanaknews)

କନକ ବ୍ୟୁରୋ: ସୀମା ଟପିଲା ବର୍ବରତା । ମହିଳାଙ୍କ ତଣ୍ଟି ଉପରେ ଚଢିଗଲେ ୱାର୍ଡସଭ୍ୟ । ଅର୍ଦ୍ଧନଗ୍ନ କରି ରାସ୍ତାରେ ଘୋଷାଡିଲେ । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ବ୍ଲକ କପିଳେଶ୍ବର ପଞ୍ଚାୟତର ସମଲସାହିରେ । ସରସ୍ବତୀ ପୂଜା ଦିନ ଡିଜେ ବଜାଇବାକୁ ନେଇ ୱାର୍ଡସଭ୍ୟ ରଞ୍ଜନ ସ୍ବାଇଁ ଓ ବିଜୟ ଦାସଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ । ଗତକାଲି ଏହାର ଆପୋସ ସମାଧାନ ହେବାର ଥିଲା । 

କିନ୍ତୁ ବିବାଦ ସମାଧାନ ହେବା ପୂର୍ବରୁ ଦୁଇ ପକ୍ଷ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା । ବିଜୟଙ୍କ ବୋହୂଙ୍କୁ ୱାର୍ଡସଭ୍ୟ ରଞ୍ଜନ ସ୍ବାଇଁ ଓ ନରହରି ସ୍ବାଇଁ ଘୋଷାଡି ଆଣି ମାଡ଼ ମାରିଥିଲେ। ଏହା ସହ ତଣ୍ଟି ଉପରେ ଚଢିଯାଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe