କନକ ବ୍ୟୁରୋ: ସୀମା ଟପିଲା ବର୍ବରତା । ମହିଳାଙ୍କ ତଣ୍ଟି ଉପରେ ଚଢିଗଲେ ୱାର୍ଡସଭ୍ୟ । ଅର୍ଦ୍ଧନଗ୍ନ କରି ରାସ୍ତାରେ ଘୋଷାଡିଲେ । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ବ୍ଲକ କପିଳେଶ୍ବର ପଞ୍ଚାୟତର ସମଲସାହିରେ । ସରସ୍ବତୀ ପୂଜା ଦିନ ଡିଜେ ବଜାଇବାକୁ ନେଇ ୱାର୍ଡସଭ୍ୟ ରଞ୍ଜନ ସ୍ବାଇଁ ଓ ବିଜୟ ଦାସଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ । ଗତକାଲି ଏହାର ଆପୋସ ସମାଧାନ ହେବାର ଥିଲା ।
କିନ୍ତୁ ବିବାଦ ସମାଧାନ ହେବା ପୂର୍ବରୁ ଦୁଇ ପକ୍ଷ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା । ବିଜୟଙ୍କ ବୋହୂଙ୍କୁ ୱାର୍ଡସଭ୍ୟ ରଞ୍ଜନ ସ୍ବାଇଁ ଓ ନରହରି ସ୍ବାଇଁ ଘୋଷାଡି ଆଣି ମାଡ଼ ମାରିଥିଲେ। ଏହା ସହ ତଣ୍ଟି ଉପରେ ଚଢିଯାଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/04/k7F9HGo5TkuFJnigA5da.jpg)