କନକ ବ୍ୟୁରୋ : କଟକଲାଲବାଗ୍ ଥାନା ସିଦ୍ଧେଶ୍ୱର ସାହିରେ ହତ୍ୟାକାଣ୍ଡ । ଧାରୁଆ ଛୁରୀରେ ସ୍ତ୍ରୀର ଗଳା କାଟିବା ପରେ ନିଜ ବେକ କାଟିଲା ସ୍ୱାମୀ । ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର । ପାରିବାରିକ କଳହ କାରଣରୁ ରାଗରେ ସ୍ତ୍ରୀର ଗଳା କାଟି ଦେଲା ସ୍ୱାମୀ । ମୃତକ ମହିଳା ଜଣକ ହେଉଛନ୍ତି ବିଷ୍ଣୁପ୍ରିୟା ମଲ୍ଲିକ, ସେ ଏକ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଛୁରୀକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ବିଶ୍ୱଜିତ୍ ମଲ୍ଲିକକୁ ଗୁରୁତର ଅବସ୍ଥାରେ ଏସ୍ସିବିରେ ଭର୍ତ୍ତି କରାଯାଇଛି। ୨୦୧୯ ମସିହାରେ ଦୁଇଜଣଙ୍କର ବିବାହ ହୋଇଥିଲା,ଏବଂ ଏକ ତିନି ବର୍ଷର ଝିଅ ମଧ୍ୟ ଅଛି । ପାଖପଡୋଶୀଙ୍କ କହିବା କଥା ଏମାନଙ୍କ ମଧ୍ୟରେ ପ୍ରାୟତଃ ପାଟିତୁଣ୍ଡ ଲାଗିରହିଥାଏ । ହେଲେ ଆଜି ମଧ୍ୟ ପାଟିତୁଣ୍ଡ ଲାଗିଥିବା ବେଳେ ଛୁରୀରେ ବିଷ୍ଣୁପ୍ରିୟାଙ୍କ ବେକ କାଟିଦେଲେ ବିଶ୍ୱଜିତ୍ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଥିବା ସହ ଛୁରୀକୁ ଜବତ କରିଛି ।
ଘର ଭିତରେ ଜଘନ୍ୟ ହତ୍ୟାକାଣ୍ଡ ; ସ୍ତ୍ରୀକୁ ମାରିଲା, ନିଜେ ନିଜର ଗଳା ମଧ୍ୟ କାଟିଲା
କଟକଲାଲବାଗ୍ ଥାନା ସିଦ୍ଧେଶ୍ୱର ସାହିରେ ହତ୍ୟାକାଣ୍ଡ । ଧାରୁଆ ଛୁରୀରେ ସ୍ତ୍ରୀର ଗଳା କାଟିବା ପରେ ନିଜ ବେକ କାଟିଲା ସ୍ୱାମୀ । ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର । ପାରିବାରିକ କଳହ କାରଣରୁ ରାଗରେ ସ୍ତ୍ରୀର ଗଳା କାଟି ଦେଲା ସ୍ୱାମୀ । ମୃତକ ମହିଳା ଜଣକ ହେଉଛନ୍ତି ବିଷ୍ଣୁପ୍ରିୟା ମଲ୍ଲିକ, ସେ ଏକ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)