ରାଜଧାନୀରେ ବୀଭତ୍ସ ହତ୍ୟା: ମୃତକଙ୍କ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ବ୍ରାଉନ ସୁଗାରକୁ ବିରୋଧ କରୁଥିଲେ ବୋଲି ସ୍ୱାମୀଙ୍କ ମୁଣ୍ଡ କାଟିଦେଲେ

Advertisment

ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ସହଦେବ ନାୟକଙ୍କ ପତ୍ନୀ ।

ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ସହଦେବ ନାୟକଙ୍କ ପତ୍ନୀ ।

ascsa

sc

କନକ ବ୍ୟୁରୋ: ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ସହଦେବ ନାୟକଙ୍କ ପତ୍ନୀ । ନିଜ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ କରିଛନ୍ତି। ସକାଳୁ ଝିଅକୁ ସ୍କୁଲ ଛାଡିବାକୁ ବାହାରିଥିଲେ ସହଦେବ। ସ୍କୁଲରେ ଝିଅକୁ ଛାଡି ଫେରିବା ବାଟରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ରସୁଲଗଡ଼ରୁ ବାଣୀବିହାର ବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ। ବାଇକ୍‌ରେ ଗୋଡେଇ ଗୋଡେଇ ନିର୍ମମ ଭାବେ ହତ୍ୟା କରାଯାଇଛି। ସକାଳ ୭ଟା ୧୫ରୁ ସାଢ଼େ ୭ଟା ଭିତରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସ୍କୁଟରରେ ଘରକୁ ଫେରୁଥିବାବେଳେ ୪ରୁ ୫ ଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣି ତାଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି। ସହଦେବ କେଦାରପଲ୍ଲୀ ସାହିର ବାସିନ୍ଦା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe