କନକ ବ୍ୟୁରୋ: ହିଂସାକାଣ୍ଡକୁ ନେଇ ଚର୍ଚ୍ଚାରେ ରହୁଥିବା କେନ୍ଦୁଝରର ଘଷିପୁରାରେ ଗୁଣ୍ଡାରାଜ ସୀମା ଟପିଛି । ଦିନ ଦ୍ୱିପ୍ରହରରେ ଡମ୍ପର ଚଢ଼ାଇ ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏହି ଖବର ସାମନାକୁ ଆସିବା ପରେ ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଓଡିଶାରେ ଏହା କେମିତି ସମ୍ଭବ ହେଉଛି ସେ ନେଇ ପ୍ରଶ୍ନ ଉଠୁଛି ।
ବିହାର, ଉତ୍ତରପ୍ରଦେଶ ଷ୍ଟାଇଲରେ କେନ୍ଦୁଝର ଘଷିପୁରାରେ ଗଡିଛି ମୁଣ୍ଡ । ସାମାନ୍ୟ କଥାରୁ ଦିନ ଦ୍ବିପ୍ରହରରେ ଦୁଇ ଜଣଙ୍କ ଉପରେ ଡମ୍ପର ଚଢ଼ାଇ ହତ୍ୟା କରିଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ଡମ୍ପର ଚାଳକ ଭଞ୍ଜ ପୃଷ୍ଟି । ଅଭିଯୋଗ ଅନୁସାରେ, ଘର ସାମନାରେ ଛିଡା ହୋଇଥିଲେ ୫୫ ବର୍ଷୀୟ ସଞ୍ଜୁ ପଲେଇ ଓ ୮୫ ବର୍ଷୀୟ ପାଣୁ ପୃଷ୍ଟି । ଘର ଆଗରେ ଛିଡା ହୋଇଥିବାବେଳେ ଅଚାନକ ସେମାନଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଥିଲା ଦୁର୍ବୃତ୍ତ । ଡମ୍ପର ଚଢ଼ିଯିବା ପରେ ଘଟଣାସ୍ଥଳରେ ଚାଲି ଯାଇଛି ଉଭୟଙ୍କ ଜୀବନ।
ସୂଚନା ଅନୁସାରେ, ଭଞ୍ଜ ପୃଷ୍ଟି ସ୍ଥାନୀୟ ସରପଂଚଙ୍କ ଗାଡିର ଡ୍ରାଇଭର। ଏବଂ ଡମ୍ପର ମଧ୍ୟ ବଳରାମପୁର ସରପଂଚଙ୍କ ପୁଅଙ୍କ ନାଁରେ ଥିବା ଜଣାପଡିଛି। ଏବଂ ସରପଂଚ ଜଣଙ୍କ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର । ତେଣୁ ପ୍ରଶ୍ନ ଉଠୁଛି, ଘସିପୁରାରେ ଚାଲିଛି କଣ ? ଘସିପୁରାରେ ଚାଲିଥିବା ଆତଙ୍କରାଜ ପାଇଁ ଦାୟୀ କିଏ?
ଡ୍ରାଇଭରଙ୍କ ପଛରେ କାର୍ପଟଦାର କିଏ ?