କନକ ବ୍ୟୁରୋ : ୨ ମାଓ ଦମ୍ପତ୍ତିଙ୍କ ଆତ୍ମସମର୍ପଣ । ଝାଡ଼ଖଣ୍ଡ ଗଢଚିରୋଲି ଠାରେ ଆତ୍ମସମର୍ପଣ କରିଛନ୍ତି ୨ ମାଓ ଦମ୍ପତି । ୬୩ ବର୍ଷିୟ ବାଲାନ୍ନା ଏବଂ ତାଙ୍କ ୫୪ ବର୍ଷିୟ ପତ୍ନୀ ବନିତା ଆତ୍ମସମର୍ପଣ କରିଛନ୍ତି । ବାଲାନ୍ନା ଡିଭିସିଏମ୍ ଓ ବନିତା ଏସିଏମ ଭାବେ ସକ୍ରିୟ ଥିଲେ। ଉଭୟ ଟେକ୍ନିକାଲ ଟିମର ସଦସ୍ୟ ଥିଲେ ।
ସେହିପରି ମାଓନେତା ସମୀର ଓ ତାଙ୍କ ପତ୍ନୀ ମୁନ୍ନି ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ସମସ୍ତଙ୍କ ନାଁରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସେପଟେ ବିଜାପୁର ଅଞ୍ଚଳରେ ମାଓ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ। ବାସାଗୁଡା ଥାନା ଅନତର୍ଗତ ବଡାଗାଚେରୁ ଗାଁର ମୁନ୍ନା ମାଡଭି ଓ ରାଜୁ କରାମଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ହତ୍ୟା ପରେ ଗାଁ ରେ ଶବ ଛାଡିଲେ ମାଓବାଦୀ।