କନକ ବ୍ୟୁରୋ : ଆମେରିକାରୁ ଫେରି ବିଆରଏସ ନେତ୍ରୀ କେ.କବିତା ତାଙ୍କ ବାପା କେସିଆରଙ୍କୁ ଚିଠି ଲେଖିଥିଲେ ବୋଲି ସ୍ବୀକାର କରିଛନ୍ତି । ମେ ୨ତାରିଖରେ ଲେଖାଯାଇଥିବା ଚିଠି ନିଜ ମା'ଙ୍କ ମାର୍ଫତରେ ବାପାଙ୍କୁ ଦେଇଥିଲେ । ମାତ୍ର ଏହା କିପରି ଲିକ ହେଲା ବୋଲି  ସେ ପ୍ରଶ୍ନ କରିଛନ୍ତି । ଏହା ପଛରେ କେସିଆରଙ୍କ ପାଖରେ ବୁଲୁଥିବା ବ୍ୟକ୍ତିଙ୍କୁ ଅସୁର କହି ଦାୟୀ କରିଛନ୍ତି ।

Advertisment

କବିତାଙ୍କ ଏଭଳି ବୟାନ ବିଆରଏସ ମଧ୍ୟରେ ଅନ୍ତଃକନ୍ଦଳକୁ ତ୍ରୀବ କରିଛି । ବିଧାନସଭା ନିର୍ବାଚନରେ ହାରିବା ପରେ କେସିଆର ଦଳର କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି । ତାଙ୍କ ପୁଅ କେଟି ରାମାରାଓ ହିଁ କାର୍ଯ୍ୟକାରୀ  ସଭାପତି ହିସାବରେ ଦଳର ନେତୃତ୍ବ ନେଉଛନ୍ତି । ଇତିମଧ୍ୟରେ ଦିଲ୍ଲ ମଦ ଦୁର୍ନୀତି ମାମଲାରେ ଇଡି କବିତାଙ୍କୁ ଗିରଫ କରିଥିଲା । କବିତାଙ୍କୁ କିଛି ମାସ ଜେଲରେ ରହିବା ପରେ ଜାମିନ ମିଳିଥିଲା । ତେବେ ଜେଲରୁ ଖଲାସ ହେବା ପରେ ଦଳୀୟ ବ୍ୟାପାରରେ କବିତାଙ୍କୁ ଦୂରେଇ ରଖାଯାଉଛି ବୋଲି ସେ ଅନୁଭବ କରୁଛନ୍ତି । ଇଡି ଦ୍ବାରା ଗିରଫ ହୋଇଥିଲେ ମଧ୍ୟ ବାପା କେସିଆର କିମ୍ବା ତାଙ୍କ ଦଳ, ଶାସକ ବିଜେପିକୁ ଯେମିତି ଆକ୍ରମଣ କରିବା କଥା ସେମିତି କଲା ନାହିଁ ବୋଲି ଚିଠିରେ ଅଭିଯୋଗ କରିଥିଲେ । କେସିଆରଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ କେଟି ରାମା ରାଓ ଓ ତାଙ୍କ ପୁତୁରା ଟି ହରିଶ ରାଓଙ୍କ ଇଙ୍ଗିତରେ ଦଳ ଚାଲିଛି ବୋଲି ପରୋକ୍ଷରେ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଯଦି ଏହା ସତ ହୁଏ ତାହାହେଲେ ବିଆରଏସର ତାଙ୍କ ଅସ୍ତିତ୍ବ ଉପରେ ପ୍ରଶ୍ନ ଉଠିପାରେ ବୋଲି କବିତା ଭାବୁଛନ୍ତି । ଏହାଛଡା ତେଲେଙ୍ଗାନାର ଶାସକ କଂଗ୍ରେସର ମୁକାବିଲା ପାଇଁ ବିଆରଏସ ଓ ବିଜେପି ମଧ୍ୟରେ ବୁଝାମଣାର ସୁରାକ କବିତା ପାଇଛନ୍ତି । ତାହାହେଲେ କବିତାଙ୍କ ପାଇଁ ବିଆରଏସରେ ରହିବା କାଠିକର ପାଠ ହୋଇପାରେ । ଏହି ଦୃଷ୍ଟିରୁ ଏଭଳି ଚିଠି ମାଧ୍ୟମରେ ବିଆରଏସର ପୋଲ ଖୋଲି କଂଗ୍ରେସକୁ ଯିବା ପାଇଁ ଏବେଠାରୁ ମୈଦାନ ପ୍ରସ୍ତୁତ କରିଥାଇପାରନ୍ତି ।