ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାଇଭାଇ

Advertisment

ଏମାନଙ୍କ ମଧ୍ୟରୁ ଚଳିତ ବିଶ୍ବକପ୍‌ରେ ବେଶୀ ଚର୍ଚ୍ଚିତ ରହିଛନ୍ତି ଆନ୍ଥୋନି ଓ ଜ‌ଷ୍ଟିନ୍‌। ଏମାନେ ଗୁରୁବାର ନେପାଳକୁ ହରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ନେପାଳ ୧୨୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଏହି ଦୁଇ ଭାଇ ଓପନିଂ ଆସି ୪୪ ବଲ୍‌ ପୂର୍ବରୁ ଦଳକୁ ଜିତାଇ ଦେଇଥିଲେ।

ଏମାନଙ୍କ ମଧ୍ୟରୁ ଚଳିତ ବିଶ୍ବକପ୍‌ରେ ବେଶୀ ଚର୍ଚ୍ଚିତ ରହିଛନ୍ତି ଆନ୍ଥୋନି ଓ ଜ‌ଷ୍ଟିନ୍‌। ଏମାନେ ଗୁରୁବାର ନେପାଳକୁ ହରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ନେପାଳ ୧୨୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଏହି ଦୁଇ ଭାଇ ଓପନିଂ ଆସି ୪୪ ବଲ୍‌ ପୂର୍ବରୁ ଦଳକୁ ଜିତାଇ ଦେଇଥିଲେ।

Brother

Brother Photograph: (Kanak news)

କନକ ବ୍ୟୁରୋ: କ୍ରିକେଟ୍‌ରେ ଅନେକ ଥର ଗୋଟିଏ ଦଳରୁ ଦୁଇ ଭାଇ ଏକାଠି ଖେଳିବାର ଦେଖିଛେ । ସେହିପରି ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମଧ୍ୟ ୩ ଦଳରୁ ୫ ଯୋଡ଼ା ୨ଭାଇ ଏକାଠି ଖେଳୁଛନ୍ତି । ଆୟର୍ଲାଣ୍ଡ ଓ ଇଟାଲିରୁ ୨ ଯୋଡ଼ା ଭାଇଭାଇ ଖେଳୁଥିଲା ବେଳେ ନେପାଳ ଦଳରେ ଗୋଟିଏ ଯୋଡ଼ା ଅଛନ୍ତି । ଆୟର୍ଲାଣ୍ଡ ଦଳରେ ହ୍ୟାରି ଓ ଟିମ୍‌ ଟେକର ଏବଂ ମାର୍କ ଓ ରସ୍‌ ଏଡାୟର ରହିଥିଲା ବେଳେ ଇଟାଲିରେ ଅଛନ୍ତି ହ୍ୟାରି ଓ ବେନ୍‌ ମାନେଟି ଏବଂ ଆନ୍ଥୋନି ଓ ଜଷ୍ଟିନ୍‌ ମସ୍କୋ । ସେହିପରି ନେପାଳ ଦଳରେ ଅଛନ୍ତି ଆରିଫ୍‌ ଓ ଅସିଫ୍‌ ସେଖ୍‌ ।

ଆହୁରି ପଢ଼ନ୍ତୁ... ଚିନ୍ନାସ୍ବାମୀ ଷ୍ଟାଡିୟମ୍‌କୁ ଫେରିବ କ୍ରିକେଟ୍‌: ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ କରିପାରେ ଆର୍‌ସିବି

ଏମାନଙ୍କ ମଧ୍ୟରୁ ଚଳିତ ବିଶ୍ବକପ୍‌ରେ ବେଶୀ ଚର୍ଚ୍ଚିତ ରହିଛନ୍ତି ଆନ୍ଥୋନି ଓ ଜ‌ଷ୍ଟିନ୍‌। ଏମାନେ ଗୁରୁବାର ନେପାଳକୁ ହରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ନେପାଳ ୧୨୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଏହି ଦୁଇ ଭାଇ ଓପନିଂ ଆସି ୪୪ ବଲ୍‌ ପୂର୍ବରୁ ଦଳକୁ ଜିତାଇ ଦେଇଥିଲେ। ଆନ୍ଥୋନି (୩୨ ବଲ୍‌ରୁ ୬୨*, ୩ ଚୌକା, ୬ ଛକା) ଓ ଜଷ୍ଟିନ୍‌ (୪୪ ବଲ୍‌ରୁ ୬୦*, ୫ ଚୌକା, ୩ ଛକା) ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଏନ୍ୟପକ୍ଷରେ ଫୁଟ୍‌ବଲ୍‌ରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ୟୁରୋପୀୟ ଦଳ ଇଟାଲି ଟ୍ବେଣ୍ଟି-୨୦ କ୍ରିକେଟ୍‌ ବିଶ୍ବକପ୍‌ ପଦାର୍ପଣରେ ପ୍ରଥମ ବିଜୟ ପାଇବାର ଐତିହାସିକ ସଫଳତା ପାଇଥିଲା। ଇଟାଲିରୁ ଖେଳୁଥିବା ଅନ୍ୟ ଦୁଇ ଭାଇଙ୍କ ମଧ୍ୟରୁ ଅଧିନାୟକ ହ୍ୟାରି ବ୍ୟାଟିଂ ଓ ବୋଲିଂ ସୁଯୋଗ ପାଇ ନଥିଲା ବେଳେ ଦୁଇଟି କ୍ୟାଚ୍‌ ନେଇଥିଲା ବେଳେ ଗୋଟିଏ ରନ୍‌ଆଉଟ୍‌ କରିଥିଲେ। ତାଙ୍କ ଭାଇ ବେନ୍‌ ଦୁଇ ୱିକେଟ୍‌ ନେଇଥି‌ଲେ। ଏହି ମ୍ୟାଚ୍‌ରେ ନେପାଳରୁ ଖେଳୁଥିବା ଆରିଫ (୨୭) ଓ ଅସିଫ (୨୦) ନିଜର ଛାପ ଛାଡ଼ିଥିଲେ। ସ୍କଟ୍‌ଲାଣ୍ଡ ବିପକ୍ଷ ମ୍ୟାଚ୍‌ ଇଟାଲି ହାରି ଥିଲେ ମଧ୍ୟ ହ୍ୟାରି (୩୭) ଓ ବେନ୍‌ (୫୨) ଭଲ ବ୍ୟାଟିଂ କରିବା ସହ ୭୩ ରନ୍‌ର ଭାଗୀଦାର ଗଢ଼ିଥିଲେ।

ଆୟର୍ଲାଣ୍ଡରୁ ଖେଳୁଥିବା ଟେକର ବ୍ରଦର୍ସ ଯୋଡ଼ି ହ୍ୟାରି ଚଳିତ ବିଶ୍ବକପ୍‌ରେ ଦୁଇଟି ମ୍ୟାଚ୍‌ ଖେଳିଥିଲା ବେଳେ ଟିମ୍‌ଙ୍କୁ ଏପର୍ଯ୍ୟନ୍ତ ସୁଯୋଗ ମିଳିନି। ହ୍ୟାରି ୨ ମ୍ୟାଚ୍‌ରେ ଯଥାକ୍ରମେ ୪୦ ଓ ୦ କରିଥିଲା ବେଳେ ଗୋଟିଏ ୱିକେଟ୍‌ ନେଇଛନ୍ତି। ତେବେ ରସ୍‌ ଓ ମାର୍କ ଏଡାୟର ଦୁଇଟି ଯାକ ମ୍ୟାଚ୍‌ ଖେଳିଛନ୍ତି। ରସ୍‌ ଯଥାକ୍ରମେ ୧୨ ଓ ୩୪ ରନ୍‌ କରିଥିଲା ବେଳେ ମାର୍କ (୧୨ ରନ୍‌ ଓ ୨ ୱିକେଟ୍‌ ଏବଂ ୧୦ ରନ୍‌ ଓ ୧ ୱିକେଟ୍‌) ୨ଟି ଯାକ ମ୍ୟାଚ୍‌ରେ ସଫଳ ଅଛନ୍ତି। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe