ନକବ୍ୟୁରୋ : କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଚାଞ୍ଚଲ୍ୟ  । ବଡ଼ ଭାଇକୁ ବିଷ ଦେଇ ମାରିଲା ସାନ ଭାଇ। ସାନ ଭାଇ, ବଡ଼ ଭାଇକୁ ହତ୍ୟା କରିବା ପାଇଁ କିଭଳି କରିଥିଲା ଷଡ଼ଯନ୍ତ୍ର, ତାହାର ଅଡିଓ ଏବେ ଭାଇରାଲ ହେଉଛି  । ଖାଦ୍ୟରେ ଧିରେ ଧିରେ ବିଷ ଦେଇ ବଡ଼ ଭାଇକୁ ମାରିବାକୁ କରିଥିଲା ଉଦ୍ୟମ । ପରେ ଶୋଇଥିବା ରୁମ ଭିତରେ ଫର୍ମାଲିନ ଓ ପୋଟାସିଅମ ମିଶାଇ ରୁମ ତାଲା ଦେଇ କୁଆଡେ ଚାଲିଯାଇଥିଲା  ।

Advertisment

ସ୍ଥାନୀୟ ଲୋକ ଉଦ୍ଧାର କରି ବଡ଼ ଭାଇକୁ ଡାକ୍ତରଖାନାରେ ଭର୍ତି କରିଥିଲେ। ଆଉ ମୃତ୍ୟୁ ପୂର୍ବରୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭାଇଙ୍କ କଥାବାର୍ତ୍ତାର ଅଡିଓ ଏବେ ସାମ୍ନାକୁ ଆସିଛି। 

ପୁରା ଘଟଣା ଅନୁସାରେ, ଗତ ସେପ୍ଟେମ୍ବର ମାସର ୪ ତାରିଖରେ ହଠାତ ବଡ଼ ପୁଅ ଦେବବ୍ରତଙ୍କ ଫୋନ୍ ପାଇଥିଲେ ବାପା ପ୍ରଦୀପ ଦାସ। ସାନ ପୁଅ ସତ୍ୟବ୍ରତ ବଡ଼ ପୁଅକୁ ମାରିବାକୁ ଉଦ୍ୟମ କରିଥିବା ବାପାଙ୍କୁ ଅଭିଯୋଗ କରିଥିଲେ । ଶୋଇଥିବା ରୁମ ଭିତରେ ଫର୍ମାଲିନ ଓ ପୋଟାସିଅମ ମିଶାଇ ରୁମ ତାଲା ଦେଇ ସତ୍ୟବ୍ରତ କୁଆଡେ ପଳାଇଛି ବୋଲି କହିଲେ ।

 ମତେ ଏଇ ନିକଟର କିଛି ଲୋକ ଉଦ୍ଧାର କରି ମେଡିକାଲ ନଉଛନ୍ତି ତୁମେ ଆସ । ଏକଥା ଶୁଣି କେନ୍ଦୁଝର ଶାଳପଡା ଗୁଣ୍ଡିଚା କଲୋନୀରେ ରହୁଥିବା ବାପା ପ୍ରଦୀପ ମେଡିକାଲ ଧାଇଁ ଆସିଥିଲେ । ମେଡିକାଲରେ ଦେଖିଥିଲେ ପୁଅ ଦେବବ୍ରତର ଅବସ୍ଥା ଗୁରୁତର। ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିଲା । ଶେଷରେ ଗତ ଅକ୍ଟୋବର ୩ ତାରିଖରେ ବେଦବ୍ରତଙ୍କ ମୃତ୍ୟୁ ହୋଇଛି। ପ୍ରଦୀପ ଦାସ ଙ୍କର ୩ ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାର ।

ବଡପୁଅ ଦେବବ୍ରତ ଘସିପୁରା ଥାନା ଇନ୍ଦୁପୁରା ନିକଟରେ ଏକ ଦେଶୀ କୁକୁଡ଼ା ଫାର୍ମ କରି ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରୁଥିଲେ । ଫାର୍ମରେ ସାନ ଭାଇ ସତ୍ୟବ୍ରତକୁ ମଧ୍ୟ ରଖିଥିଲେ। ତେବେ ସାନଭାଇ ଟଙ୍କା ଲୋଭରେ ଅବା କୌଣସି କାରଣକୁ ନେଇ ଦେବବ୍ରତର ଖାଦ୍ୟରେ ସ୍ଲୋ ପଏଯନ ଦେବାକୁ ଲାଗିଲା । ଧୀରେ ଧୀରେ ଦେବେନ୍ଦ୍ରଙ୍କ ଦେହ ଖରାପ ହୁଏ ହେଲେ ସେ ଡାକ୍ତର ଦେଖାଇ ମେଡ଼ିସିନ ଖାଇ ରହିଯାନ୍ତି  ।

ହେଲେ ସମୟ ଏମିତି ଆସିଲା ଯେ ବଡ଼ ଭାଇ କୁ ମରିବାକୁ ଫାର୍ମରେ ଥିବା କେମିକାଲ- ଫର୍ମାଲିନ ଓ ପୋଟାସିଅମ ଢାଳି ଘରେ ତାଲା ଦେଇ ସାନଭାଇ ଫେରାର ହୋଇଗଲା । ତେବେ ମୃତ୍ୟୁ ପୂର୍ବରୁ ମେଡିକାଲରେ  ସାନଭାଇ ସହିତ ହୋଇଥିବା କଥାବାର୍ତ୍ତାର ଭଏସ ଏବେ ମୋବାଇଲରୁ ମୋବାଇଲ ଭାଇରଲ ହେବାକୁ ଲାଗିଛି। ସେହିଦିନ ଠାରୁ ସତ୍ୟବ୍ରତ ଫେରାର ଥିବା ବେଳେ  ପରିବାର ଏବେ ଦୁଶ୍ଚିନ୍ତାରେ  । ଏତେବଡ ଘଟଣା ପରେ କାହିଁକି ପୋଲିସ କେସ କରାଯାଇନି ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।