କନକ ବ୍ୟୁରୋ: ବିଶ୍ୱାସରେ ବିଷ ଦେଲେ ଭିଣୋଇ । ନାବାଳିକା ଶାଳୀକୁ ନିଶା ଦେଇ ବାରମ୍ୱାର ଦୁଷ୍କର୍ମ କରିଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଅଞ୍ଚଳରୁ । ନିଶା ଦେଇ ନାବାଳିକା ଶାଳୀକୁ ବାରମ୍ୱାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଅମିତ ବିଶ୍ୱାସକୁ ଗିରଫ କରିଛି ଏମଭି ୭୯ ଥାନା ପୋଲିସ ।
ଅଭିଯୋଗ ଅନୁସାରେ, ନାବାଳିକା ଶାଳୀକୁ ଆନ୍ଧ୍ରକୁ କାମ କରାଇବାକୁ ନେଇ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶ ଯାଇଥିଲେ । ଆନ୍ଧ୍ରରେ ଶାଳୀକୁ ନିଶା ଦେଇ ବାଲମ୍ୱାର ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ଅମିତ ବିଶ୍ୱାସ । ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜାଣିବା ପରେ ପୀଡିତାଙ୍କ ମାଆ ତଥା ଅଭିଯୁକ୍ତଙ୍କ ଶାଶୂ ଏମଭି ୭୯ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/28/A9fSJsq4tslvcc9uxFkc.jpg)