ଶୋଇଥିଲା ବଡ଼ଭାଇ ; କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ସାନ ଭାଇ

ଅଭିଯୁକ୍ତ ସାନ ଭାଇ ପେଟୁ ଗଣିତ ବଡ ଭାଇ ଶୋଇଥିବାବେଳେ ତାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦିଆଯାଇଛି ।

sac

Photograph: (kanaknews)

କନକ ବ୍ୟୁରୋ :ଦିନକୁ ଦିନ ମଣିଷ ଭିତରୁ ମରିଯାଉଛି ମାନବିକତା । ମଉଳି ଯାଉଛି ସ୍ନେହ ମମତା । ଜୀବନର ମୁଲ୍ୟ ବୁଝୁନି ମଣିଷ । ଏବେ ପ୍ରତି କଥାରେ ଜଣେ ଅନ୍ୟ ଜଣଙ୍କର ନେଉଯାଉଛି ଜୀବନ , ସେ ଲୋକ ପର ହେଉ ଅବା ନିଜର । ସେହିଭଳି ଏକ ହୃଦୟବିଦାରକ ଖବର ଆସିଛି ବରଗଡ଼ ମହୁଲପାଲି ଗାଁରୁ । 

ଭାଇକୁ ହତ୍ୟା କରିଛି ଭାଇ । ସାନ ଭାଇର କାଠ ଫାଳ ମାଡରେ ବଡ଼ ଭାଇର ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲା ବରପାଲି ଥାନା ମହୁଲପାଲି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗଜନି ଗଣିତ । ଅଭିଯୁକ୍ତ ସାନ ଭାଇ ପେଟୁ ଗଣିତ ବଡ଼ ଭାଇ ଶୋଇଥିବାବେଳେ ତାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତକୁ ବରପାଲି ପୁଲିସ୍ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe