କନକ ବ୍ୟୁରୋ :ଦିନକୁ ଦିନ ମଣିଷ ଭିତରୁ ମରିଯାଉଛି ମାନବିକତା । ମଉଳି ଯାଉଛି ସ୍ନେହ ମମତା । ଜୀବନର ମୁଲ୍ୟ ବୁଝୁନି ମଣିଷ । ଏବେ ପ୍ରତି କଥାରେ ଜଣେ ଅନ୍ୟ ଜଣଙ୍କର ନେଉଯାଉଛି ଜୀବନ , ସେ ଲୋକ ପର ହେଉ ଅବା ନିଜର । ସେହିଭଳି ଏକ ହୃଦୟବିଦାରକ ଖବର ଆସିଛି ବରଗଡ଼ ମହୁଲପାଲି ଗାଁରୁ ।
ଭାଇକୁ ହତ୍ୟା କରିଛି ଭାଇ । ସାନ ଭାଇର କାଠ ଫାଳ ମାଡରେ ବଡ଼ ଭାଇର ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲା ବରପାଲି ଥାନା ମହୁଲପାଲି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗଜନି ଗଣିତ । ଅଭିଯୁକ୍ତ ସାନ ଭାଇ ପେଟୁ ଗଣିତ ବଡ଼ ଭାଇ ଶୋଇଥିବାବେଳେ ତାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତକୁ ବରପାଲି ପୁଲିସ୍ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/06/28/sac-2025-06-28-13-35-24.jpg)