କନକ ବ୍ୟୁରୋ : ଗଭୀର କୂଅରୁ ଉଦ୍ଧାର ହେଲେ ଭାଇ ଭଉଣୀ । ପାଣି କାଢୁଥିବା ବେଳେ କୂଅରେ ପଡିଗଲେ ଭଉଣୀ । ଆଉ ଭଉଣୀକୁ ବଞ୍ଚାଇବାକୁ କୂଅକୁ ଡେଇଁ ପଡ଼ିଥିଲେ ଭାଇ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାରୁହାଁ ଗ୍ରାମରେ । ଗ୍ରାମର ଶ୍ରୀକାନ୍ତ ପରିଡାଙ୍କ ନାବାଳିକା ଝିଅ ଲକି ପରିଡା କୁଅରେ ପାଣି କାଢୁଥିବା ସମୟରେ ବେଳେ କୁଅରେ ପଡିଯାଇଥିଲେ । ଭଉଣି ପଡିଯିବାର ଦେଖି ଭାଇ ସନ୍ଦୀପ ପରିଡା ମଧ୍ୟ ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ କୁଅକୁ ଡେଇଁ ପଡ଼ିଥିଲେ ।
ଅଧିକ ପଢନ୍ତୁ : ବେଆଇନ ବାଣ କାରଖାନାରେ ବିସ୍ଫୋରଣ : ଜଣେ ମୃତ, ୩ ଆହତ
ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଭୁବନ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଭାଇ ଭଉଣୀଙ୍କୁ ଉଦ୍ଧାର କରିଛି । ଉଭୟଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଭଉଣୀ ଲକିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଭାଇ ସନ୍ଦୀପଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।
Follow Us