Photograph: (kanaknews)
କନକବ୍ୟୁରୋ : ପୁରୀରେ କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ ମେହେର । ସେ ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି । ଏହାପରେ ମହୋଦଧିରେ ବୁଡ଼ ପକାଇ ସେ ନିଜର ପାପକ୍ଷୟ କରିବେ । ଶେଷରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସୂଚନାଯୋଗ୍ୟ, ବରଗଡ଼ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବ ଗତ ବର୍ଷ ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ୧୧ଦିନ ଚାଲିବା ପରେ ୨୦୨୬ ଜାନୁଆରି ୩ ତାରିଖରେ ଉଦଘାଟିତ ହୋଇଥିଲା । ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଥିଲା। ଏଥିରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର ବରଗଡ଼ କଂସ ଅଭିନେତା ଭାବେ ମନୋନୀତ ହୋଇଥିଲେ।
Follow Us