ଦଲାଲ ବିକୁଛନ୍ତି ଚାକିରି । ସ୍ବୀକାର କଲେ ସରକାର । ସରକାରଙ୍କ ନାଁରେ ଟଙ୍କା ନେଉଛନ୍ତି ଦଲାଲ

Advertisment

ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସ୍ପଷ୍ଟ ଭାବରେ ଲେଖାଯାଇଛି, ଚାକିରି ନିୟମିତକରଣ, ଚାକିରି ବଦଳି, ନୂଆ ଚାକିରି ଓ ଦରମା ବୃଦ୍ଧି କରାଇ ଦେବା ପାଇଁ ଦଲାଲ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ।

ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସ୍ପଷ୍ଟ ଭାବରେ ଲେଖାଯାଇଛି, ଚାକିରି ନିୟମିତକରଣ, ଚାକିରି ବଦଳି, ନୂଆ ଚାକିରି ଓ ଦରମା ବୃଦ୍ଧି କରାଇ ଦେବା ପାଇଁ ଦଲାଲ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ।

job fraud

କନକ ବ୍ୟୁରୋ: ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସ୍ପଷ୍ଟ ଭାବରେ ଲେଖାଯାଇଛି, ଚାକିରି ନିୟମିତକରଣ, ଚାକିରି ବଦଳି, ନୂଆ ଚାକିରି ଓ ଦରମା ବୃଦ୍ଧି କରାଇ ଦେବା ପାଇଁ ଦଲାଲ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ଦଲାଲ ମାନେ ମୋଟା ଅଙ୍କରେ ଅଫିସ ନାଁରେ ଟଙ୍କା ସଂଗ୍ରହ କରୁଛନ୍ତି। ଏହିଭଳି ଦଲାଲ ମାନଙ୍କଠାରୁ ଦୂରେଇ ରୁହନ୍ତୁ। ମଙ୍ଗଳବାର ଏକ୍ସରେ ସତର୍କ କରିବା ପରେ, ଆଜି ଗଣମାଧ୍ୟମ ସାମନାକୁ ଆସି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦଲାଲଙ୍କଠାରୁ ସତର୍କ ରହିବାକୁ ଚେତାଇ ଦେଇଛନ୍ତି।

ଗତ ସପ୍ତାହରେ ମୋହନ ସରକାର ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ। କିନ୍ତୁ ଏଥର ଶିକ୍ଷକଙ୍କ ନିଯୁକ୍ତି ଜିଲ୍ଳା ଭିତ୍ତିରେ ନହୋଇ, ରାଜ୍ୟ ଭିତ୍ତିରେ ହୋଇଥିବାରୁ ଅନେକ ବିବାଦ ମୁଣ୍ଡ ଟେକିଛି । ଆଉ ଏହି ବିବାଦ ଭିତରେ ଶିକ୍ଷକମାନେ ନିଜ ଅଞ୍ଚଳରେ ଚାକିରି ପାଇଁ ଆଶାୟୀ ଥିବାବେଳେ, ସକ୍ରିୟ ହୋଇଛନ୍ତି ଦଲାଲ। ମନ୍ତ୍ରୀ, ଅଫିସରଙ୍କ ପାଖ ଲୋକ କହି ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଉଛନ୍ତି । ଦଲାଲଙ୍କ ଶିକାର ହୋଇଥିବା କିଛି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସତ ଜାଣିବା ପରେ ବିଭାଗ ପାଖରେ ଫେରାଦ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛି ବିଭାଗ । କିନ୍ତୁ ସମସ୍ତେ ସତ ଜାଣିବା ପରେ ବି ହାତ ବାନ୍ଧି ବସିଛନ୍ତି। ନା ଶିକ୍ଷକ ନା ବିଭାଗ କେହି ଥାନାରେ ଏତଲା ଦେଇ ନାହାନ୍ତି । 

ଏବେ ପ୍ରଶ୍ନ ଉଠୁଛି, ବିଭାଗ କେବଳ ସତର୍କ କରି ଦାୟିତ୍ବ ଛାଡିଦେବ ନା କେଳେଙ୍କାରୀର ପର୍ଦ୍ଦାଫାଶ କରିବ? ଏହି ଦଲାଲ ମାନେ କିଏ? ଦଲାଲଙ୍କ ପଛରେ ଗଣଶିକ୍ଷା ବିଭାଗର କୌଣସି ବଡ ଅଧିକାରୀ ଅଛନ୍ତି କି? କେବେଠାରୁ ଚାଲିଛି ଏହି କେଳେଙ୍କାରୀ? ଏସବୁ ପ୍ରଶ୍ନ ଏବେ ଅଭିଭାବକଙ୍କଠାରୁ ଆରମ୍ଭ କରି ଚାକିରି ଆଶାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଛି। ଅନ୍ୟପକ୍ଷରେ ଏହା ପଛରେ ବଡ ଧରଣର ରାକେଟ କାମ କରୁଥିବାରୁ ସରକାର ନିରବ ରହୁଥିବା ଅଭିଯୋଗ ହେଲାଣି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe