କନକ ବ୍ୟୁରୋ : ଧାନ ମଣ୍ଡି ଖୋଲିନି, କିନ୍ତୁ ମାତିଲେଣି ଦଲାଲ । ମାଲକାନଗିରିରେ ମଣ୍ଡି ନଖୋଲୁଣୁ ପଡ଼ୋଶୀ ଆନ୍ଧ୍ର ଓ ତେଲେଙ୍ଗାନାକୁ ଚାଲାଣ ହେଉଛି ଧାନ । ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୨ ହଜାର ଟଙ୍କାରେ ଧାନ କିଣି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ଦଲାଲ । ଆଉ କରଜ କରି ଚାଷ କରିଥିବା ଚାଷୀ ଧାର ଟଙ୍କା ଶୁଝିବା ପାଇଁ କମ ମୂଲ୍ୟରେ ନିଜ ଅମଳ ବିକ୍ରି କରିବାକୁ ବାଧ୍ୟ ହେଉଛି ।
ଗୋଟିଏ ପଟେ ମଣ୍ଡି ଗୁଡିକୁ ମନ୍ତ୍ରୀ ଜଗିବେ ବୋଲି ସରକାର କହୁଛନ୍ତି । ଅନ୍ୟପଟେ ମଣ୍ଡି ଖୋଲିବା ପୂର୍ବରୁ ଦଲାଲ ମାତିଲେଣି । ମୋହନ ସରକାର ଧାନର ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ତା ସତ୍ତ୍ୱେ ଚାଷୀମାନେ ଦଲାଲଙ୍କୁ କ୍ୱିଣ୍ଟାଲ ପିଛା ୨ ହଜାର ଟଙ୍କାରେ ଧାନ ବିକୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/10/26/SlGsJ3JlB2pdjaiCHd2N.jpg)